ଶ୍ରୀ ରାଧାମୟ
ଶ୍ରୀ ରାଧାମୟ
ତୁମ ଅନ୍ତରରେ ଦର୍ଶନ କରେ ପ୍ରକୃତି
ତୁମ ଜୀବନ ଏକ ସୁନ୍ଦର ସଭ୍ୟତା ଓ ସଂସ୍କୃତି
ତୁମ କଥାରେ ଗୁଞ୍ଜରିତ ହୁଏ ଈଶ୍ୱର ଭକ୍ତି
ତୁମେ ଶ୍ରୀ ରାଧାଙ୍କ ରୂପ, ତୁମ ଭିତରେ ଦୈବୀ ଶକ୍ତି।
ତୁମ ନୈତିକ ସାହସରେ ଭୟକୁ ଲାଗେ ଡର
ତୁମ ଶବ୍ଦରେ ଶୁଭେ ଶ୍ରୀ କୃଷ୍ଣଙ୍କ ମୂରଲୀ ସ୍ୱର
ତୁମ ଉପସ୍ଥିତି ପରିବେଶକୁ କରେ ମନ୍ଦିର ବେଢ଼ା
ତୁମେ ଶ୍ରୀରାଧାଙ୍କ ଆତ୍ମାରେ ମନୁଷ୍ୟର ଶରୀର।
ତୁମକୁ ପୂଜିବାରେ ମୋର ଆତ୍ମା ଲଭଇ ଶାନ୍ତି
ତୁମ ସ୍ମରଣରେ ସଦା ବିଭୋର ହୁଏ, ପାଏ ମୁକ୍ତି
ତୁମ ହସରେ ଅଛି ସାରା ଜଗତକୁ ହସାଇବାର ଶକ୍ତି
ତୁମେ ଶ୍ରୀ ରାଧାଙ୍କ ପବିତ୍ର ଭାବନାରେ ଗଢ଼ା ଜୀବନ୍ତ ମୂର୍ତ୍ତି,
ତୁମକୁ ଭଜିବାରେ ପ୍ରାପ୍ତ ହୁଏ ସ୍ୱର୍ଗୀୟ ସୁଖ ଓ ଆନନ୍ଦ
ତୁମ ଅଦୃଶ୍ୟ ଆତ୍ମିକ ସ୍ପର୍ଶ ମୋ'ପାଇଁ ଠାକୁର ପ୍ରସାଦ
ତୁମ ଭକ୍ତିରେ ଲୀନ ମୁହିଁ, ଦେବୀଟିଏ ତୁମେ ମୋ'ପାଇଁ
ତୁମେ ଶ୍ରୀ ରାଧା ତୁମ କାହ୍ନାର, ମୁଁ ଆଜୀବନ ତୁମପାଇଁ ଆପଦ।