ଶ୍ରୀ ମୁଖ
ଶ୍ରୀ ମୁଖ
ଦୟଣା ତୁଳସୀ ବସୁଥାଉ
ଆଖିକୁ ଶ୍ରୀ ମୁଖ ଦିଶୁଥାଉ
ଗରୁଡ଼ ପଛରେ ଠିଆ ହେଉ ହେଉ
ଆପେ ଆପେ ହାତ ଉଠି ଯାଉ
ଏହି ଭାଗ୍ୟ ଦିଅ ମହାବାହୁ..
ତୁମରି ଆଖିରେ ଆଖି ମିଶି ଗଲେ
ଲୁହ ଦିଇ ଟୋପା ଝରି ଯାଉ
ଶ୍ରୀ ଛାମୁଁରେ ଏଇ ଅଳି ଥାଉ..
ଏନ୍ତୁଡ଼ି ଯାହାର ଯେଉଁଠି ହେଉ ହେ
ଶେଷ ସବୁ ସ୍ୱର୍ଗଦ୍ୱାର ହେଉ.
ମହାବାହୁ ଜୀବନ ସାର୍ଥକ ହେଉ
ମହାବାହୁ ଜୀବନ ସାର୍ଥକ ହେଉ.
ତୁମ ବିନା ଗତି ନାହିଁ.
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
