STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଶ୍ରେଷ୍ଠ ସେବିକା

ଶ୍ରେଷ୍ଠ ସେବିକା

1 min
201


 ସେ ରୋଗୀର ପ୍ରଥମ ବନ୍ଧୁ ସେବିକା

 ଶିଶୁର ପ୍ରଥମ ମା ପରିଚାଳିକା

ଆତୁର ମନୁଷ୍ୟ ପାଇଁ ଶାନ୍ତି ଦାତା

ରୋଗୀର ଦ୍ୱିତୀୟ ଜୀବନ ଦାତା

ରାତି ଯା ପାଇଁ କର୍ମ ମୟ ମା ପରି

ଅନିଦ୍ରାରେ ସେବା ଚାଲେ କରି 

ସର୍ବେ ତା ନିଜର ଶିଶୁ ଯୁବା ବୃଦ୍ଧା 

ତା ପରି ନାହିଁ କେହି ସମ ଯୋଦ୍ଧା

ଅସୁସ୍ଥରୁ ସୁସ୍ଥ କରେ ଦେଇ ହାତ

ଅସ୍ପୃଶ୍ୟ ଘୃଣାର ଉର୍ଦ୍ଧରେ ସେହିତ

ଆନ୍ତର୍ଜାତିକ ଯେ ଦିବସେ ସେବିକା

ଦିନକ ପାଇଁ ସେ ନୁହେଁ ସନ୍ମାନିକା

ସବୁଦିନ ଯିଏ ସମ୍ମାନର ପାତ୍ର

ସେବିକା ନୁହଁଇ ସେ ମନୁଷ୍ୟ ମାତ୍ର

ରୋଗୀର ସେ ମା ସେହି ଯେ ଈଶ୍ୱର

ସୁସ୍ଥ ହୋଇ ରୋଗୀ ଫେରେ ନିଜ ଘର

ପାରିବେନି କେହି ସୁଝି ଋଣ ଯେ ତାହାର

ସେବିକାଙ୍କୁ ମୋର କୋଟି ନମସ୍କାର ।।

    



Rate this content
Log in

Similar oriya poem from Inspirational