ଶ୍ରଦ୍ଧୟାମ୍
ଶ୍ରଦ୍ଧୟାମ୍
ଶୀତଳମ୍ ସମୀରମ୍ ପ୍ରକୋଷ୍ଠମ୍ ଅଧିରମ୍
ନୟନମ୍ ବଦନମ୍ ଭାଷୟତି ମଧୁରମ୍
ମାତୃୟମ୍ ଶ୍ରଦ୍ଧୟାମ୍ କରମଣ୍ଡଳମ୍
ସମୀପମ୍ ଦୃଷ୍ଟୟାମ୍।..........୧
ଧି ମହୀ ଯୁଗାନ୍ତରମ୍ କଳସମ୍ ଉତ୍ଥାନମ୍
ମା,ମମତା ମୟୀ ମାଁ ......
ସୁନ୍ଦରମ୍ ଚରଣମ୍ ଲୋତକମ୍ ଲୋହିତମ୍
ମା! ଶକ୍ତିଯୟୀ, ସର୍ବଙ୍ଗସହା ଅପରୂପା
ସନ୍ତାନ ସ୍ନେହମୟୀ, ଅର୍ପଣମ୍, ସମର୍ପଣମ୍
ଆବାହନମ୍ ବିସର୍ଜନମ୍
ସନିଧ୍ୟୟାନମ୍ ସକଳ କରନମ୍,ମା .....୨
ଆବିର୍ଭାବମ୍ , ବହିର୍ଭୁତମ୍ କୋମଳମ୍
ହୃଦୟାରବିନ୍ଦମ୍ ମା !
କରୁଣାମୟୀ ମା ,....
ଜାଜ୍ଞସେନୀ ଅଗ୍ନି ମୟୀ,
ଖଣ୍ଡା ଖର୍ପର ଧାରିଣୀ,ବସୁଧା ମହିଷା ମର୍ଦ୍ଧିନୀ
ମା ଜଗତ୍ଜନନୀ ମା ....….. ୩
ଶକ୍ତି ପ୍ରଦାୟିନୀ,ବୁଦ୍ଧି ପ୍ରଦାୟିନୀ
ମଙ୍ଗଳ କାରିଣୀ ମା !
ସ୍ବୟଂ ସହାୟିନୀ,କ୍ଷୀପ୍ର ବେଗିନି
ପଦ୍ମିନୀ ଜ୍ଵଳାମ୍ ମା .......୪
ସଂସାର ଆଗମନେ ପୁର ପୁଲକିତ
ସୁଗନ୍ଧିତ ପ୍ରୀତି ,ସୁଶୋଭିତ ଧରା
ସେବକ ସେବିକା ଗାଏ ତୋର ଗୀତି
ପ୍ରଭାତରୁ ସଂଧ୍ୟା ତୋର ନୀତି କାନ୍ତି। .......….୫
ଦିଗ୍ବବଳୟମ୍ ଆଜନ୍ମମ୍ ମୃତ୍ୟୁ
ସମସ୍ତ ଦୋଷ ଶୋଷନମ୍,ସମସ୍ତ ଦୋଷ ପୋଷନମ୍
ମମତା ମୟୀ ମାତୃ ।
ଜୟ ମା ଶାରଳା , ଜୟ ମା ମଙ୍ଗଳା
ଜୟ ମା ବିମଳା ,ଜୟ ମା ବିରଜା ।
ତୋର ଆଶୀର୍ବାଦେ ସଂସାରେ ଉଡୁ ଧ୍ଵଜା।....……୬
