STORYMIRROR

Sujata Routray

Abstract

2  

Sujata Routray

Abstract

ଶ୍ରଦ୍ଧାଞ୍ଜଳୀ

ଶ୍ରଦ୍ଧାଞ୍ଜଳୀ

1 min
619

କବିଟିଏ ମୁହିଁ ଶାନ୍ତିର ଗୀତ ଗାଏ

ଆତ୍ମାରୁ ସଦା ସ୍ନେହ ଓ ମମତା ଝରେ

ତଥାପି ଜଳୁଛି ପ୍ରତିହିଂସା ବହ୍ନି ହୃଦେ ମୋର

ନହଉ ପ୍ରଶମିତ ସେ ବହ୍ନିର


ଶବ୍ଦର ଶାଣିତ ଧାରରେ ହଉ ସେ ସଂଚରିତ

ସବୁରି ଅନ୍ତରେ ଜଳୁ ସେ ବହ୍ନି

ସ୍ବାର୍ଥ ସବୁ ଯାଉ ଜଳି

ଦେଶ ଜାତି ପାଇଁ ଯାଉ ଏ ଜୀବନ

ଏତିକି ମୋହର ଅଳି


ବିଶ୍ବବାସୀ ଆଜି ମର୍ମାହତ ସନ୍ତ୍ରାସବାଦୀଙ୍କ

ଆତଙ୍କରେ..

ପାକିସ୍ଥାନବାସୀଙ୍କ ପୋଷ୍ୟପୁତ୍ର ସେ

ଖେଳନ୍ତି ହୋଲି ରକ୍ତରେ


କାଶ୍ମୀର ଅଟେ ଭାରତର ମଣି

ନୁହଁଇ ତାଙ୍କର ପୈତୃକ ସମ୍ପତ୍ତି

ଭାରତର ଖାଇ ଭାରତର ପିଇ

ଦେଖାନ୍ତି କେତେ ସେ ପ୍ରତିପତ୍ତି


ଛାଡ ହୋ ଶାନ୍ତି ତାଙ୍କରି ଭାଷାରେ

ତାଙ୍କୁ ବୁଝାଇବା ନଚେତ ଆହୁରି

ଅମୂଲ୍ୟ ଜୀବନ ହରାଇବା


ସଲାମ ସେ କଲାମଙ୍କୁ ଭାରତରତ୍ନଙ୍କୁ

କ୍ଷେପଣାସ୍ତ୍ରମାନବଙ୍କୁ ରାଷ୍ଟ୍ରକୁ କରିଥିଲେ

ଶକ୍ତିଶାଳୀ ଅଣୁଅସ୍ତ୍ରଶାଳୀ


ତଥାପି ଭାରତର ବୀର ଜବାନ

ଦେଉଛନ୍ତି ପ୍ରାଣବଳୀ

ସହିଦ ସେମାନେ ଭାରତମାତାର

ପ୍ରକୃତ ବୀର ସନ୍ତାନ

ଦେଶରକ୍ଷା ପାଇଁ ଲଗାନ୍ତି ବାଜି ଜୀବନ


ଦୁଃଖିତା ମୁଁ ଯେ ନତ ଶିରେ ଦେଇ ଅଞ୍ଜଳୀ

ହେ ! ବୀରପୁତ୍ରଗଣ ଜଣାଊଛି ମୋର

ଶ୍ରଦ୍ଧାଞ୍ଜଳୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract