STORYMIRROR

Sujata Routray

Others

3  

Sujata Routray

Others

ଘୋଷ ଯାତ୍ରା

ଘୋଷ ଯାତ୍ରା

1 min
436

କାଳିଆ ସାଆନ୍ତେ ହୋ କାଳିଆ ସାଆନ୍ତେ

ଭାରି ମଜ୍ଜା ଲାଗୁଥିବ ଆସିବାକୁ ଯାତେ

କୋଟି କୋଟି ଭକ୍ତ ଅପେକ୍ଷାରତ ଦେଖିବାକୁ ନେତ୍ରେ

ଶୀଘ୍ର ଶୀଘ୍ର ଆସ ପହଣ୍ତିରେ ବିଜେ କର ରଥେ ।


ଲକ୍ଷ୍ମୀଙ୍କୁ ଦେଉଳେ ଛାଡି ଭାଇ ଭଉଣୀଙ୍କୁ ଧରି

ମାଉସୀ ଘରକୁ ଯିବାକୁ ଆସୁଛ ବାହାରି

ଭାଈ ଭଉଣୀ ସଂମ୍ପର୍କ ସବୁଠାରୁ ଶ୍ରେୟ

ପ୍ରମାଣ କର ଯେ ତୁମ୍ଭେ ବ୍ରହ୍ମାଣ୍ତ ଠାକୁର


ପଶିନପାରନ୍ତି ଦେଉଳେ କେତେ ବ୍ୟାକୁଳିତ ଭକ୍ତ

ତାଙ୍କ ପାଇଁ ବିଜେକର ବଡଦାଣ୍ତେ ଥରେ ବର୍ଷକୁ ଅନ୍ତତଃ

ସାରା ବିଶ୍ବ ବ୍ରହ୍ମାଣ୍ତର ଅଧୀଶ୍ବର ହୋଇ

ଗୁହାରୀ ଶୁଣିବାଲାଗି ବଡଦେଉଳୁ ଆସୁଛ ଓଲ୍ହାଇ


ସାରା ଜଗତର ପଘା ସିନା ତୁମ୍ଭ ହସ୍ତେ

ଅଜି କିନ୍ତୁ ତୁମ୍ଭ ରଥ ଦଉଡିକୁ ଭିଡିବେ ଭକ୍ତେ

ଅପରୂପ ଦିଶ ରଥେ ତୁମ୍ଭେ ବ୍ରହ୍ମାଣ୍ତ ଗୋସାଇଁ

ଦର୍ଶନ କରନ୍ତେ ଆଉ ପୁନର୍ଜନ୍ମ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍