Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujata Routray

Others

5.0  

Sujata Routray

Others

ପ୍ରାଣଦାତ୍ରୀ

ପ୍ରାଣଦାତ୍ରୀ

1 min
468


ବର୍ଷା ପ୍ରାଣଦାତ୍ରୀ ସେ

ରିମ୍ ଝିମ୍ ତାଳେ ଆସେ

ସ୍ବର୍ଣାଭ ବିଜୁଳିର ଚମକ

ଘଡ ଘଡି ଶବ୍ଦ ସାଥେ ଆସେ।


ଭିଜେଇ ଦିଏ ଶୁଷ୍କ ଧରିତ୍ରୀକୁ

ଭରିଦିଏ ସବୁଜ ରଙ୍ଗରେ

ମେଘ ମଲ୍ହାର ସଙ୍ଗୀତରେ

ଆହ୍ଲାଦିତ ହୁଏ ଧରା ।


ମନଲୋଭା ଇନ୍ଦ୍ରଧନୁ ଆକାଶେ

ବୁଣିଦିଏ ମୁରୁଜ ସପ୍ତରଙ୍ଗର

ସାତୋଟି ରଙ୍ଗ "ବାଘନିସହନାଲା"

ରୋମାଞ୍ଚିତ ସଭିଙ୍କୁ କରାଏ ।


ହସ ଫୁଟାଏ ଚାଷିଭାଈ ମୁଖେ

ଲଙ୍ଗଳ ଧରି ତତ୍ପର ହୋଇଉଠେ ସେ

ମହୀକୁ କରେ ଶସ୍ୟ ଶ୍ୟାମଳା

ସୁଜଳା ଓ ସୁଫଳା ।


ଓଦା ହୁଏ ତାଳୁଠୁ ତଳିପା

ପ୍ରକୃତି ଦିଶେ ଅପରୂପା

ହଲଚଲ ହୁଏ କବିର କଳ୍ପନା

ମନ ହୋଇଉଠେ ଆନମନା ।



Rate this content
Log in