STORYMIRROR

Sujata Routray

Tragedy

3  

Sujata Routray

Tragedy

ଫେରିଆସ ବାପୁ

ଫେରିଆସ ବାପୁ

1 min
205

ଫେରିଆସ ବାପୁ ଫେରିଆସ ଥରେ

ତୁମ୍ଭ ସ୍ବପ୍ନର ଭାରତ ଦେଖିଯାଅ ଥରେ

ରାମ ରାଜ୍ୟ ରହିଲା ସ୍ବପ୍ନରେ

ରାବଣ ରାଜୁତି ଚାଲିଚି ଏଠାରେ।


ଇଂରେଜ ସିନା ଛାଡି ଚାଲିଗଲେ

ଲୋକେ ତାଙ୍କ ଆଦବ କାଇଦା ଅନୁସରିଲେ

ପରାଧୀନତାର ବେଡିଠୁ ଆହୁରି କଠିନ

ଦୁର୍ନୀତି ,ଭ୍ରଷ୍ଟଚାର, ନାରୀ ନିର୍ଯ୍ୟାତନା ।


ସତ୍ୟ ଅହିଂସାର ବାସ୍ତବ ପୂଜାରୀ

ଚାଲିଛି ଏଠାରେ ହିଂସା,ଦ୍ବେଷର ସୁପାରି

ରକ୍ତରେ ଖେଳନ୍ତି ହୋଲି ଦୁରାଚାରୀ

ଗ୍ରାସିଛି ଲୋଭ,ପାଶବିକତା ଓ ଚୋରି ।


କେତେ କଷ୍ଟ ସହି ସତ୍ୟାଗ୍ରହ କରି

ପରାଧିନତାର ବେଡି ଥିଲ ଫିଟାଇ

ଲାଗୁଛି ଦୁଃଖ ଦେଖି ଏ ଦୁର୍ନୀତି

ଫେରିଆସି ଥରେ ଦିଅ ସଜାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy