STORYMIRROR

Sujata Routray

Abstract

2  

Sujata Routray

Abstract

ଅପରିଚିତ

ଅପରିଚିତ

1 min
281

ଓଃ ! କେତେ ଭୟ ଆଶଙ୍କାରେ ଦିନଟି ବିତିଥିଲା

ବାତ୍ୟାର କରାଳ ବିଭିଷିକା ଚାଳିଥିଲା

ବର୍ଷା ଓ ପବନ ଏକତ୍ର ଦାଉ ସାଧୁଥିଲେ

ଚେଷ୍ଟା କରିବି ଘରେ ପହଞ୍ଚିପାରି ନଥିଲି

ଆଶ୍ରୟ ନବାକୁ ପଡିଲା ଅଜଣା କାହା ଘରେ

ସଂପୂର୍ଣ୍ଣ ଅପରିଚିତ କେହି ଜଣେ

ନା ରକ୍ତର ସଂପର୍କ ନା ବନ୍ଧୁତ୍ବର

ତଥାପି ବାଧ୍ଯ ରହିବାକୁ

ସମୟ ବିତୁଥାଏ ଆଶଙ୍କାରେ

ଭଦ୍ରବ୍ୟକ୍ତିଙ୍କ ମାର୍ଜିତ ବ୍ୟବହାର

ଆଶ୍ବାସନା ଭରା କଥା

ଆନ୍ତରିକ ଆତିଥ୍ୟତା ସତ୍ତ୍ବେ

ଏକ ଅଜଣା ଭୟ ଛାଇଯାଇଥିଲା

ଥମିଥିଲା ବର୍ଷା ବିତ୍ପାତ

ପ୍ରକୃତି ଧୀରେ ଧୀରେ ଶାନ୍ତ ହେଉଥିଲା

ମୁଁ ମଧ୍ଯ ଧୀରେ ଧୀରେ ପ୍ରକୃତିସ୍ଥ ହେଉଥିଲି

ଅପରିଚିତଙ୍କ ଠାରୁ ବିଦାୟ ମାଗୁଥିଲି

ଭାବୁଥିଲି ଆଜିବି ମନୁଷତ୍ବ ଅଛି

ମାନବ ଜାତି କେବଳ ବଦନାମ

କଛିଟା ମଣିଷରୂପୀ ପଶୁଙ୍କ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract