STORYMIRROR

Sujata Routray

Others

4  

Sujata Routray

Others

ଡାଲଖାଇ

ଡାଲଖାଇ

1 min
180

ଡାଲଖାଇରେ ଡାଲଖାଇରେ

ଘଡିମାରି ଉହ୍ନେ ଦଶରା ଜହ୍ନ

ଘରେ ଟୁକେଲ୍ ମାନଙ୍କ ମନ ଉଛ୍ଛନ୍ନ

ଫୁଲ ଫୁଟି କେଡେ ସୁନ୍ଦର ଦିଶେ

ଫୁଲେ ଫୁଲେ ସଜ୍ଜା ହୋଇଛି ସତେ

ଶହେ ଆଠମା ଚାଉଳ ଧରି

ଡାଲଖାଇ ଦେମିଯେ ବନେଇ କରି

ଘରେ ଟୁକେଲ୍ ମାନେ ଧନରେ

ସତେ କାଏଁ ।

ଉପାସ କରି ମା'କେ ସୁମରି

ଦଦା ଭାଇ ଲାଗି କାଏଁ

ଫୁଲେ ଫୁଲେ ବସେ ପରଜାପତି

ପରଜାପତିର ଭାବ ପିରତି

ଚୁମି ଚୁମି ତା ଯାଉଛି ଦିନ

ଦିନେ ଦେଖୁଛି ସେ କେତେ ସପନ

ସବୁବେଳେ ବସି ବାଟେ ଘାଟେ

କେବେ ହେଲେନ ଦେଖା କହୁଛି

ସେ ମନର୍ କାହାଣୀ

ସତେ କାଏଁ ଏଇ ଘୁରୁଗୁନି

ଗୁଣର ମଣି ନାଇଁ ପାରେ ଶୁନିରେ

ଡାଲଖାଇରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍