STORYMIRROR

Sujata Routray

Abstract

2  

Sujata Routray

Abstract

ସ୍ବପ୍ନର ଭାରତ

ସ୍ବପ୍ନର ଭାରତ

1 min
450

ଏଇ କ'ଣ ସେଇ ପୂତପବିତ୍ର ଭାରତ

ଯେଉଁଠି ସୂର୍ୟ୍ଯ ଉଦୟ ହୁଅନ୍ତି ଓଁକାର ଧ୍ବନିରେ

ଅସ୍ତମୀତ ହୁଅନ୍ତି ସନ୍ଧ୍ୟା ଆରତୀ ରେ


ବେଦ ଧ୍ବନିରେ ପ୍ରକମ୍ପିତ ସର୍ବତ୍ର

ଏଇ କ'ଣ ସତରେ ବାପୁଙ୍କ ରାମରାଜ୍ୟ

କୋଟି କୋଟି ଶହୀଦଙ୍କ ପ୍ରିୟ ସ୍ବରାଜ୍ୟ


ସତରେ କ'ଣ ଦେଶ ଆଜି ସ୍ବାଧୀନ

ନା ଅନେକ ସମସ୍ୟା ଭିତରେ

ପରାଧୀନ


ହେ ! ମୋ ଦେଶବାସୀ ଆଗେଇ ଆସ

ସ୍ବାଧୀନତା ସଂଗ୍ରାମରେ ଦେବା

ଆଉଥରେ ଝାସ


ଦୁର୍ନୀତି ,ଭ୍ରଷ୍ଟାଚାର ,ନାରୀ ନିର୍ଯ୍ୟାତନା

ଯୌତୁକ,କୁସଂସ୍କାର ,ସଂତ୍ରାସବାଦ

ବିରୁଦ୍ଧରେ


ଏବଂ ନାରୀ ସ୍ବାଧୀନତା,ନୈତିକତା

ଦାରିଦ୍ର୍ୟ ଦୂରୀକରଣ ,ମାନବିକ

ଅଧୀକାର ସପକ୍ଷରେ


ଆସ ମୋ ପ୍ରିୟ ଭାଇ ଓ ଭଉଣୀ

ନିଜକୁ ପ୍ଲାବିତ କରିବା ପ୍ରକୃତ

ଦେଶ ପ୍ରେମରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract