STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରଦ୍ଧାଞ୍ଜଳୀ ପଙ୍କଜ ଉଦ୍ଦାସ

ଶ୍ରଦ୍ଧାଞ୍ଜଳୀ ପଙ୍କଜ ଉଦ୍ଦାସ

1 min
1

   

ପଙ୍କଜ ଉଦ୍ଦାସ ! ଭାଇ, ପଙ୍କଜ ଉଦ୍ଦାସ l

ସଙ୍ଗୀତକୁ ଦେଇଥିଲ ନବ ଜୀବନ୍ନ୍ୟାସ ll

ଉଦ୍ଦାତ୍ତ କଣ୍ଠରେ ତୁମ୍ଭ ମାଆ ବୀଣାପାଣି l

ଉଦାସେ ଗଜଲେ ଗାଇଗଲ ଗଣି ଗଣି ll

ଚିଠି ଆଇହେ ତୁମର ମଧୁବୋଳା ଗୀତ l

ଶତ ଶତ ହୃଦେ ହୁଏ ଆଜି ବି ଝଂଙ୍କୃତ ll

ଚାନ୍ଦିପରି ରଙ୍ଗତେରି ସୋନା ପରି ବାଲ୍ l

ଶ୍ରୋତାଙ୍କର ତାଳିମାଡ଼ କମାଲ କମାଲ ll

ଚକିତେ ରହିଲେ ଚାହିଁ ସର୍ବେ ମନ୍ତ୍ର ମୁଗ୍ଧ l

ବିଷଧରେ ପ୍ରାୟ ଯଥା ପଦ୍ମତୋଳା ଗଦ ll

ପଙ୍କଜ ଚରଣ ଆହେ ତୁମେ ମୃତ୍ୟୁଞ୍ଜୟୀ l

ଉଦାସେ ରହିଲ ସିନା ମୃତ୍ୟୁ ଛୁଇଁ ନାହିଁ ll

କୋଟି ହୃଦେ ବାସ ତୁମ ଭାଇ ସୁରରାଟ l

ବାଗ୍ଦେବୀଙ୍କ ବର ପୁତ୍ର ସଂଗୀତ ସମ୍ରାଟ ll

ଧନ୍ୟ ଧନ୍ୟ ଭାଇ ତୁମେ ପଙ୍କଜ ଉଦ୍ଦାସ l

ବିଭୁ ପଙ୍କଜ ଚରଣେ ଲଭ ତୁମେ ବାସ ll

ଶ୍ରଦ୍ଧା ଘେନ ଶ୍ରଦ୍ଧାବାନ ବିଭୁ ପାଶେ ଅଳି l

ଜଣାଏ ଜଣାଏ ଶତ କୋଟି ଶ୍ରଦ୍ଧାଞ୍ଜଳୀ ll

    


Rate this content
Log in

Similar oriya poem from Inspirational