STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଶ୍ରଦ୍ଧାଞ୍ଜଳି

ଶ୍ରଦ୍ଧାଞ୍ଜଳି

1 min
204


ଭକ୍ତ ରାମଙ୍କର କଲ୍ୟାଣ ସିଂହ ହିଁ


ଜନେ ଜନେ ପରିଚିତ,


ରାମ ମନ୍ଦିରରେ ସମର୍ପଣ ଭାବ


କରି ଥିଲେ ସେ ଅର୍ପିତ।


ଅନ୍ତର୍ଭୁକ୍ତ ଥିଲେ ରାମଙ୍କ ମନ୍ଦିରେ


ଭବ୍ୟ ମନ୍ଦିରଟି ହେଉ,


ତୁଳନା ନହୁଟି ବିଶ୍ବରେ ତା ପରି


ରାମଙ୍କ ମନ୍ଦିର ହେଉ।


ମୁଖ୍ୟମନ୍ତ୍ରୀ ଥିଲେ ରାଜ୍ୟପାଳ ଥିଲେ


ଥିଲେ ସତ୍ୟବାଦୀ ନେତା,


ଜନତା ସେବାରେ ସମର୍ପଣ ଭାବ


ଯୋଡ଼ି ରହି ଥିଲେ ନେତା ।


୮୯ ବର୍ଷରେ ପ୍ରାଣର ନୀଳାକୁ


ତ୍ୟାଗ କରିଦେଲେ ଭକ୍ତ,


ଭୁଲି ନ ପାରିବେ ତାଙ୍କ ଅବଦାନ


ସନାତନୀ ରାମ ଭକ୍ତ ।


ଭକ୍ତ କଲ୍ୟାଣଙ୍କ ପୂର୍ଣ୍ଣ ମନବାଞ୍ଛା


ଭବ୍ୟ ମନ୍ଦିର ନିର୍ମାଣ,


ରାମ ନାମ ଶବ୍ଦ ଗୁଞ୍ଜନ କରୁଛି


ମନ୍ଦିର ହୁଏ ନିର୍ମାଣ।


ଶୋକାକୂଳ ଆଜି ଭାରତର ଭୂମି


ରାମ ଭକ୍ତ ଚାଲି ଗଲେ,


ଦେଲେ ଶ୍ରଦ୍ଧାଞ୍ଜଳି ଦେଶର ପ୍ରଧାନ


ଆଦରେ ନାମ ଗାଇଲେ।


ଧର୍ମ ନିଷ୍ଠା ସେହୁ କର୍ମ ନିଷ୍ଠା ସେହୁ


ରାମ ପ୍ରତି ଭକ୍ତି ନିତି,


ଶ୍ରଦ୍ଧାଞ୍ଜଳି ଆମ୍ଭ ବିଚ୍ଛନ୍ନାଚଳରୁ


ଧର୍ମ ନିଷ୍ଠା ନେତା ପ୍ରତି।


ଭକ୍ତ ରାମଙ୍କର କଲ୍ୟାଣ ସିଂହ ହିଁ


ଜନେ ଜନେ ପରିଚିତ,


ରାମ ମନ୍ଦିରରେ ସମର୍ପଣ ଭାବ


କରିଥିଲେ ସେ ଅର୍ପିତ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy