Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Henarani Senapati

Tragedy Others

4  

Henarani Senapati

Tragedy Others

ଶ୍ରଦ୍ଧାଞ୍ଜଳି ମା

ଶ୍ରଦ୍ଧାଞ୍ଜଳି ମା

1 min
267


ଛିଣ୍ଡାଇ ସେ ମୋହ ମାୟା ଚାଲି ଗଲୁ

ଭରି ଦେଲୁ ତୋ ଶୂନ୍ୟତା ।

ଆମ ଅସୁମାରୀ ସୁଖ ଫିଙ୍ଗି ଦେଲୁ

ନ ଦେଲୁ ଯିବା ର ବାର୍ତ୍ତା ।।


ନୂତନ ସୂରୁଜ ଦେଖିବା ସୌଭାଗ୍ଯ 

ତୋର ଆଶୀର୍ବାଦ ଥିଲା ।

ଅନ୍ତଚିରି ଜନ୍ମ ଦେଇଥିଲୁ ମାଆ

ତୋ ଅମୃତ ମୁହେଁ ଥିଲା ।।


ରୁଷି ଯାଉଥିଲେ ଧରି ଆଣୁଥିଲୁ

କୋଳେଇ କାଖରେ ଧରି ।

ଦୋଷ ନକରିବି ଦୋଷୀ ମାନୁଥିଲୁ

ପିଲାଙ୍କ ଖୁସି କି ଧରି ।।


ଆମ ମନେ ମାଆ ଆଶା ଭରି ଥିଲୁ 

ବାଣୀ ଭଣ୍ଡାରରୁ ଆଣି ।

ହସି ହସି କହୁ ଆଦର୍ଶ କଥା ତୋ 

ଉଦ୍ଦୀପନା କାହୁଁ ଆଣି ।।


ତୋ ସୃଷ୍ଟି ଯେ ଆମେ ତୋହର ସନ୍ତାନ 

ଡାକୁଛୁ ଆକୁଳ ହେଇ ।

ରୁଷି କରି କିଆଁ ଚାଲି ଗଲୁ ମାଆ 

ଆଉ କି ଫେରିବୁ ନାଇଁ ।।


ଚାହୁଁ ଚାହୁଁ ଆସି ବର୍ଷେ ପୂର୍ଣ୍ଣ ହେଲା

ଶୂନ୍ୟ ତା ଭରିଛି ମନେ ।

ସେଇ ଘର ଅଛି ସେଇ ବାଡି ଅଛି 

ମୋ ମାଆ ପଡୁଛି ମନେ ।।


ଆଖିରୁ ଝରୁଛି ଅସରନ୍ତି ଲୁହ 

ତୋ କଥା ପଡୁଛି ମନେ ।

ସେଇ ଖଟ ଅଛି ସେଇ ଗଦି ଅଛି 

ତୁତ ନାହୁଁ ସେଇ ସ୍ଥାନେ ।।


ମାଆ ଛେଉଣ୍ଡ ତ ହୋଇଗଲୁ ଆମେ 

ଛାଡି ଚାଲି ଗଲ ତୁମେ ।

ଆମ ବନ୍ଧନରୁ ମୁକ୍ତି ପାଇଗଲ 

ଅଫେରା ପଥିକ ତୁମେ ।।


Rate this content
Log in