STORYMIRROR

Tushar Kanta Prasad

Inspirational

4  

Tushar Kanta Prasad

Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

1 min
391

ଅକ୍ଲାନ୍ତ ଶ୍ରମରେ ବିନା ବିଶ୍ରାମରେ,

ଆମ ପାଇଁ ଯିଏ କିଣନ୍ତି ସୁଖ।

ଦେଇଥାନ୍ତି ଛାଇ ପରିବାର ପାଇଁ,

ଜୀବନେ ଆସିଲେ ଝଡ଼ କି ଦୁଃଖ।।


ସିଏ ଜନ୍ମଦାତା ମୋ ଭାଗ୍ୟ ବିଧାତା,

ପରିଚୟ ମୋର ଯାହାଙ୍କ ନାମ।

ତାଙ୍କ ମନେ କିଛି କଷ୍ଟ ଦେଲାପରି,

ଜୀବନେ ନ କରେ ଏମିତି କାମ।।


ଜୀବନ ବାଟରେ ଚାଲିବା ଶିଖିଛି,

ପିଲାଦିନୁ ତାଙ୍କ ହାତକୁ ଧରି।

ବିପଦରେ ସଦା ସାହାସ ଦିଅନ୍ତି,

ପ୍ରେରଣା, ଉତ୍ସାହ ମୋ ମନେ ଭରି।।


ରାଗିଗଲେ ଯିଏ ଅଶାନ୍ତ ସାଗର,

ମନେ ଭୟ ଖେଳେ ଦେଖି ଜୁଆର।

ଶାନ୍ତ ସମୟରେ ଶୀତଳତା ଭରା,

କମନୀୟ ରୂପ ସେ ଚନ୍ଦ୍ରମାର।।


ପାରିବିନି କହି ଶବ୍ଦକୋଷ ନେଇ,

ବାପାଙ୍କ ସ୍ନେହ କୁ ବର୍ଣ୍ଣିବା ପାଇଁ।

ପାରିଲେ ମୁଁ ହୋଇ, ଧନ୍ୟ ହେବି ମୁହିଁ

ସେବାରେ ଶ୍ରବଣ କୁମାର ହୋଇ।।


Rate this content
Log in

Similar oriya poem from Inspirational