ଶ୍ରବଣ କୁମାର
ଶ୍ରବଣ କୁମାର
ତ୍ରେତୟା ଯୁଗରେ ଶ୍ରବଣ କୁମାର
ନାମରେ ବାଳକ ଥିଲା
ଅନ୍ଧ ବାପା, ମା'ଙ୍କ ସେବାକରି
ପରମ ଶାନ୍ତି ଲଭୁଥିଲା ।
ବାପା ମା'ଙ୍କୁ ଭାରରେ ବସାଇ
କାନ୍ଧରେ କାନ୍ଧେଇ ଚାଲି ଚାଲି ସେ
ଚାରିଧାମ ଯାତ୍ରା କରାଉଥିଲା ।
ଅଯୋଧ୍ୟା ନିକଟେ ବିଶ୍ରାମ ସମୟେ
ମା'ଙ୍କୁ ଶୋଷ ହୋଇଲା
ବାପା ମା'ଙ୍କୁ ବସାଇ ଶ୍ରବଣ କୁମାର
ପାଣି ଆଣିବାକୁ ଗଲା ।
ଅଜାଣତେ ରାଜା ଦଶରଥଙ୍କ ଶର ର ଶିକାର ହୋଇଲା
ବିକଳରେ କାନ୍ଦି କହିଲା ଶ୍ରବଣ
ଦଶରଥଙ୍କ ମୁଖକୁ ଚାହିଁ
ପାଣି ନେଇ ଯାଅ ଦେଇ ଦେବ
ମୋର ଅନ୍ଧ ବାପା ମା' ଅଛନ୍ତି ଚାହିଁ ।
କଳିଯୁଗ ପୁଅଙ୍କର କାହାଣୀ ନିଆରା
ବୃଦ୍ଧା ହେଲେ ବାପା ମା' ନିଜ ସାଥେ ନେଇ
ଛାଡି ଆସନ୍ତି ଜରାଶ୍ରମେ ପରା ।
ଜରାଶ୍ରମେ ବାପା ମା' ଚାହିଁ ଚାହିଁ ପୁଅର ବାଟକୁ
ପାଣି ବିହୁନେ ଚାଲିଯାଏ ଜୀବନ ଟା
ପୁଅ କିନ୍ତୁ ଥରେ ବାପା ମା'ଙ୍କୁ ଚାହେଁ ନାହିଁ ।
