STORYMIRROR

Sonali Swapna Patra

Classics Fantasy Inspirational

3  

Sonali Swapna Patra

Classics Fantasy Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

1 min
181


ପୁତ୍ର ମଧ୍ୟେ ସୁପୁତ୍ର ଶ୍ରବଣ ନାମ

ପିତା ମାତା ଙ୍କର ଅଟେ ଆଜ୍ଞାଧୀନ,

ଲୋକ ମୁଖରେ ଆଜି ତାଙ୍କରି ନାମ 

ପିତା ମାତାଙ୍କର ନେଇଛି ଯତନ ।


ଅନ୍ଧ ମୁନି ମୁନିମତିଙ୍କର ପୁତ୍ର

ଥିଲେ ଏକମାତ୍ର ସୁଯୋଗ୍ୟ ସନ୍ତାନ,

କାନ୍ଧରେ ବୋହିଣ ବୁଲାଇଲେ ତାଙ୍କୁ

କେତେ ପୁଣ୍ୟ କରି କେତେ ତୀର୍ଥ ସ୍ଥାନ ।


ଅଯୋଧ୍ୟାର ରାଜା ଦଶରଥଙ୍କର 

ଶବ୍ଦ ଭେଦି ବାଣ ରୋକିଦେଲା ପଥ,

ଜୀବନ ଗଲା ତାଙ୍କ ଅପୂର୍ଣ୍ଣ ରହି

ସାରା ଜୀବନକୁ ହୋଇଣ ଅନାଥ ।


ପ୍ରମାଣ ଦେଇ ଶ୍ରବଣ କୁମାର ଗଲେ ଦୂରେ

ଆଜି ତାଙ୍କୁ ସାରା ଦୁନିଆଟା ଝୁରେ,

ପୁରାଣ ମାନଙ୍କରେ ସତ୍ୟ ବର୍ଣ୍ଣିତ

ପିତୃ ମାତୃ ପ୍ରେମ ଯଶ ଅନନ୍ତ ।




Rate this content
Log in

Similar oriya poem from Classics