STORYMIRROR

Dr Santosh Kumar Panda

Inspirational Others

4  

Dr Santosh Kumar Panda

Inspirational Others

ଶ୍ରବଣ କୁମାର

ଶ୍ରବଣ କୁମାର

1 min
265


ଶ୍ରବଣ କୁମାର ନାମ ପ୍ରସିଦ୍ଧ

ଥିଲେ ସେ ବଡ଼ ମାତୃପିତୃ ଭକ୍ତ।୧।

ଏବେ ବି ରହିଛି ଉଦାହରଣ

କଳିଯୁଗର ଅଟନ୍ତି ଶ୍ରବଣ । ୨।

ହରିଆଣାର ପଲବଲ ସ୍ଥାନ

ପୁତ୍ର କରିଲେ ମାନସିକ ପୂର୍ଣ୍ଣ। ୩।

ବୃଦ୍ଧ ମାତାପିତାଙ୍କୁ ଯେ କାନ୍ଧରେ

ଚାରିଭାଇ ବୋହିଲେ ବାହୁଙ୍ଗିରେ। ୪।

ହରିଦ୍ଵାର ନୀଳକଣ୍ଠ ମନ୍ଦିର

ଆରମ୍ଭ ଯେ ହେଲା ଯାତ୍ରା ତାଙ୍କର। ୫।

ଦୁଇଶହ କିଲୋମିଟର ଯାତ୍ରା

ପାଦରେ ଚାଲି ଲଙ୍ଘିଲେ ଦୂରତା। ୬।

ପଞ୍ଚକୁଳା ଠାରେ ମନସା ଦେବୀ

ଯାତ୍ରା ପୂରଣ କଲେ ତାଙ୍କୁ ସେବି। ୭।

ଏଭଳି ପୁତ୍ର ପାଇବ ଯେ ଜନ

ଜୀବନ ତାହାର ହୋଇବ ଧନ୍ୟ।୮।


Rate this content
Log in

Similar oriya poem from Inspirational