STORYMIRROR

Akshayakumar Dash

Romance Inspirational

4  

Akshayakumar Dash

Romance Inspirational

ଶ୍ରାବଣର କିଛି ଶ୍ରୁତି ଅନୁଭୂତି

ଶ୍ରାବଣର କିଛି ଶ୍ରୁତି ଅନୁଭୂତି

1 min
250


ମେଘମାଳା ବାଳା ଅଳକା ଅବଳା

ମେଖଳା ଗଜରା ମାଳା

ଘନ ଯଉବନ ଗହନ ଉଛନ 

ଗୋପନ ପୀରତି ଜ୍ଵାଳା ।


କଳା ଅମ୍ବରର ପାଟ ଛତ୍ର ପାଢୀ 

ବିଦୁତ ସ୍ୱର୍ଣୀମା ଛିଟା,

ଦୁନ୍ଦୁଭି ଗର୍ଜନେ ଉପନୀତ ଦେବୀ

ପ୍ରୀତି ବର୍ଷା ପ୍ରେମ ମିଠା ।


ପୂର୍ଣ୍ଣିମା ଜହ୍ନର ଚନ୍ଦ୍ର ମୁଖରେ 

ଅଧର ଅଳତା ଗାର

ଦୁଇ ପାହାଡ଼ର ଉହାଡେ ଗର୍ବରେ

ମଥାନୁ ଲମ୍ବିଛି ହାର ।


ତୁମ ଚଲାପଥେ ଚାତକ ଚାହିଁଛି

ତୃପ୍ତି କର ଦେଇ ପ୍ରୀତି,

ଉଣା ସ୍ତୁତି ଗାନ ସାକ୍ଷାତ ନୟନ

ପରାଣ ସଙ୍ଗୀତ ଗୀତି ।


ତୁମ ଭିଜା ମନ ଛତା ତଳେ ଦୁହେଁ 

ଦେହ ଦେଉଳରେ ନିଆଁ ,

କାମନା ବାସନା ଛାଡିକେ ରହିଛି 

ସଂସାରୀ ସୈନ୍ୟସୀ କିଆଁ?


Rate this content
Log in

Similar oriya poem from Romance