STORYMIRROR

arpita rana

Tragedy

2  

arpita rana

Tragedy

ଶ୍ରାବଣୀ

ଶ୍ରାବଣୀ

1 min
396

ଶ୍ରାବଣୀ:

ଶ୍ରାବଣୀ ସେ ଝିଅ, ଯିଏ କହେ ମୁଁ କେବେ ଶ୍ରାବଣ ଦେଖିନି,

ସେ ଝିଅ,ଯିଏ କହେ ମୁଁ କେବେ ବର୍ଷାରେ ଭିଜିନି,

ସେ ଝିଅ, ଯିଏ କେବେ ଫର୍ଦ୍ଦ ଫର୍ଦ୍ଦ ନୋଟ ଖାତା ଚିରି କାଗଜ ଡଙ୍ଗା କରିନି

ହଁ, ଶ୍ରାବଣୀ ସେ ଝିଅ,

ଯିଏ କାଦୁଅରେ ଦୈାଡି ଦୈାଡି ଅସନା ହେଇନି,

ମାଁ ଠୁ ରୁଷି ଯାଇ ବେଙ୍ଗୁଳୀ କୁ ମିତ କରିନି

ହଁ ଶ୍ରାବଣୀ ସେ ଝିଅ ଯେ ଶ୍ରାବଣ କୁ ଦେଖିନି


ଶ୍ରାବଣୀ ହେଉଛି ସେ ହତଭାଗୀ,ସେ ଚାତକୀ

ଯିଏ ଶ୍ରାବଣ କୁ ଝୁରି ଝୁରି ନିଦାଘ ରେ ପ୍ରାଣ ହାରିଛି

ଜୀବନର ଆଲୋକକୁ ଦେଖିବାର ଚେଷ୍ଟାରେ

ଆଖି ମେଳୁ ମେଳୁ ଆଖି ବୁଜି ଦେଇଛି

ହଁ ସେ ହାରି ଯାଇଛି

ନିଜଠୁ ନୁହେଁ, ନିଜର କୁହାଉଥିବା ତା ନିଜ ଲୋକ ଠୁ

ଆଠ ମାସର ପ୍ରତୀକ୍ଷା ନିଦାଘରେ ସରିଛି,

ହଁ ଶ୍ରାବଣୀ ଶ୍ରାବଣ ପୂର୍ବରୁ ଜୀବନ ହାରିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy