ଚାଲ ଅଦଳବଦଳ କରିବା ଶରୀର
ଚାଲ ଅଦଳବଦଳ କରିବା ଶରୀର
1 min
420
ଚାଲ ଆମେ ଅଦଳବଦଳ କରିବା ଶରୀର,
ମୋ ଶରୀରେ ତୁମ ଆତ୍ମା,
ତୁମ ଶରୀରରେ ମୋ ଆତ୍ମା।
ମୋ ଶରୀରକୁ ପ୍ରେମ କଲାପରେ
ତୁମ ପ୍ରେମ କାହିଁକି କମ୍ ହେଇଗଲା?
ତୁମ ଆତ୍ମାକୁ ପ୍ରେମ କରୁକରୁ
ମୋ ପ୍ରେମ କାହିଁକି ଏତେ ବଢ଼ିଗଲା?
ଚାଲ, ଏ ପ୍ରଶ୍ନର ଉତ୍ତର ଖୋଜିବା।
ଚାଲ ତୁମେ ଦେଖିବ ମୋ ଆତ୍ମାକୁ
ତୁମ ଶରୀର ଯେଉଁ ପ୍ରେମ କରୁଛି
ତା ଗାଢତା ବା କେତେ!
ଚାଲ ତୁମେ ଦେଖିବ ପ୍ରେମର
ସୀମା ସରହଦ,
ଆତ୍ମା ସହ ଆତ୍ମାର ପ୍ରେମ ।
ଶରୀରର ଅଦଳବଦଳ ବୋଧେ ଚେତେଇ ଦବ ତୁମକୁ,
ମାପି ପାରିବ କି ତୁମେ ପ୍ରେମକୁ ଆତ୍ମାର ମିଳନ ପଣରେ।
ଯଥା ଦିଗ୍ ବଳୟରେ ଆକାଶ ଓ ପୃଥିବୀର ସ୍ପର୍ଶ
କିନ୍ତୁ ଓଲଟା ହୁଏ ତୁମ ଓ ମୋ ଭିତରେ।
