Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arpita rana

Others

3  

arpita rana

Others

ପିଲାଦିନ

ପିଲାଦିନ

1 min
181


ଅପରିପକ୍ବ କେତେ ଘେରା ଭାବନା,

ପରିଚିତ ଅପରିଚିତ କେତେ ଜଣ ଚେହେରା କୁ ନେଇ

ଏଇ ସହର, ପିଲାଦିନ।

ସାହି ସାହି ହେଇ ଗଢି ଉଠିଛି କେତେ ରକମ ଖେଳ

ଓ ଦୋକାନ ଦୋକାନ ହେଇ ମେଳି ଉଠିଛି କଳି ତକରାଳ,

ଘଡି ଘଡି କେ ରାଗ ରୁଷା,

ଘଡି ଘଡି କେ ପ୍ରେମ ବେଉସା।

କେତେ ରଙ୍ଗେ ଏ ସହର, ପିଲାଦିନ।

ବୋହୂ ଚୋରି,ଲୁକାଛୁପି,

ବର୍ଷା ଭିଜା ଡଙ୍ଗା ଭସା,

ଗୋଟେ ଥାଲିରେ ପଖାଳ

କେତେ ଦିନର ସାଙ୍ଗ ସାରିବା।

କେତେ ଢଙ୍ଗେ ଏ ସହର, ପିଲାଦିନ।

ନାହିଁ ଯେଉଁଠି ସ୍ଵାର୍ଥପରତା

ନାହିଁ ଯେଉଁଠି ହାର ଜିତର ଭାଷା

ଅଛି ଖାଲି ଅନାବିଳ ଶ୍ରଦ୍ଧା ଓ

ଯେଉଁଠି ସଚ୍ଚୋଟତା ବାନ୍ଧେ ବସା।

ସତରେ, କେତେ ତରଙ୍ଗେ ଏଇ

ସହର, ପିଲାଦିନ।



Rate this content
Log in