STORYMIRROR

arpita rana

Others

4  

arpita rana

Others

ମା ବାପା

ମା ବାପା

1 min
690

ଏକା ଆସିଥିଲି ଦୁନିଆକୁ ଦିନେ

କୁଆଁ କୁଆଁ ରାବ ଦେଇ

ମା ର ଓଠରେ ହସ ଦେଇଥିଲି

ବାପା ମୁଖେ ଗର୍ବ ହେଇ।

ମା ସାଉଁଟିଲା ଯତନ କରିଲା

ଛାତି ତଳେ ବାପା ଶୋଇ

ସପନ ଦେଖିଲି ମିଠା ମିଠା ପୁଣି

ହସିଲି ସପନେ ଥାଇ।

ବଡ଼ ହେଲି ଯେବେ ଦୁନିଆ ଦେଖିଲି

ବାପା ହାତେ ହାତ ଛନ୍ଦି

ଦୁନିଆ ଲାଗିଲା କେତେ ମନୋରମ

ଜାତି ଜାତି ଜୀବ ଛବି।

ମଥାକୁ ପାଇଲା ହାତ ମୋର ଯେବେ

ବାପା ହାତ ଛାଡ଼ି ଦେଲି

ଅଣ୍ଡାଳି ଅଣ୍ଡାଳି ସୁଖ ବୋଲି ପୁଣି

ନିଆଁ ରେ ହାତ ମୁଁ ଦେଲି।

ପୋଡ଼ି ଯିବା ପରେ ବିବେକ ଶୋଧିଲା

ନିନ୍ଦା ହେଲା ଭୟ କଲି

ଝୁଣ୍ଟି ପଡ଼ି ଯେବେ ମାଁ ଡାକିଦେଲି

ପଣତ ଦେଲା ସେ ମେଳି।

ବାପା ଛୁଇଁ ଦେଲେ ଅଦେଖା ଘା କୁ

ଦୂରେଇ ଗଲା ସେ ଦେହୁଁ

ତାଙ୍କ ପାଦ ତଳେ ସବୁ ସୁଖ ମୋର

ତାଠୁ ବଳି ସୁଖ କାହୁଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍