STORYMIRROR

arpita rana

Others

3  

arpita rana

Others

ତୁ ମାଗିଛୁ କିଛି

ତୁ ମାଗିଛୁ କିଛି

1 min
174

ତୁ ମାଗିଛୁ କିଛି କିନ୍ତୁ

ଦେବାରେ ମୁଁ ଅଯୋଗ୍ୟ,

ପାଇବାର ସଠିକ୍ ହକଦାର ତୁ

କିନ୍ତୁ ଦେବାରେ ମୁଁ ଅଯୋଗ୍ୟ।


ତୁ ଯଦି ମାଗିଥାନ୍ତୁ ସକାଳର ସୁରୂଯ

ପୋଖରୀ ରେ ଦେଖେଇଥାନ୍ତି ତୋତେ,

ହେଲେ ତୁ ମାଗିବୁ ସୁନେଲି କିରଣ

ମୁଁ କିନ୍ତୁ ସେ ପୋଖରୀରେ କଇଁ ଗୋଟେ।


ତୁ ଯଦି ମାଗିଥାନ୍ତୁ ଭୂଇଁ ର ପଳାଶ

ତୋଳିଆଣି ଦେଇଥାନ୍ତି ତୋତେ,

ତୁ କିନ୍ତୁ ମାଗିଲୁ ନୀଳିଆ ମୁକ୍ତ ଆକାଶ

ମୁ କିନ୍ତୁ ଡେଣା କଟା ପକ୍ଷୀ ଗୋଟେ।


ତୁ ଯଦି ମାଗିଥାନ୍ତୁ ଶରତେ ବାଦଲ

ଆଣିଥାନ୍ତି ମେଘାଳୟ ରୁ ଚୋରେଇ,

ତୁ କିନ୍ତୁ ମାଗିଲୁ ଅଦିନିଆ ବର୍ଷା

ମୁଁ ଗୋଟେ ନିଦାଘର ଚାତକ ପକ୍ଷୀ।


ତୁ ଯଦି କହିଥାନ୍ତୁ ଧଲା ଗୋଲାପକୁ ଲାଲ କରିବାକୁ

ମୋ ରକତରେ ସଜେଇ ଥାନ୍ତି

ତୁ କିନ୍ତୁ କହିଲୁ କଠୋର ସମାଜକୁ ବୁଝିବାକୁ

ତା ଠୁ ମରଣ ମୋ ପାଇଁ ଶାନ୍ତି।


ତୁ ମାଗିଛୁ କିଛି କିନ୍ତୁ

ଦେବାରେ ମୁଁ ଅଯୋଗ୍ୟ,

ପାଇବାର ସଠିକ୍ ହକଦାର ତୁ

କିନ୍ତୁ ଦେବାରେ ମୁଁ ଅଯୋଗ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍