STORYMIRROR

arpita rana

Others

2  

arpita rana

Others

ଅସମାୟିତ ତୁମ ପ୍ରଶ୍ନର ଉତ୍ତର

ଅସମାୟିତ ତୁମ ପ୍ରଶ୍ନର ଉତ୍ତର

1 min
91

ଆତ୍ମା କୁ ଲେଖିବା କ'ଣ ସହଜ?

ଶବ୍ଦ କ'ଣ ଆତ୍ମା ରୁ ଆସେ?

ପ୍ରେମ ଭଳପାଇବା କ'ଣ ଆତ୍ମା ସହ ଜଡ଼ିତ?

କାହା ପାଦରେ ଆତ୍ମା କ'ଣ ବିକି ହେଇଯାଏ?

ଏଇ ସବୁ ଅସମାୟିତ ପ୍ରଶ୍ନର ସମାହାର

ମୋର ନୁହଁ,

ଇଏ ଏକାନ୍ତ ତୁମର।


ମୋ ପାଇଁ ଶରୀର ହିଁ କୃଷ୍ଣ

ଓ ଆତ୍ମା ହିଁ କେଶବ,

ଭାଷା ହିଁ ଗୋପିନାଥ

ଭାବନା ହିଁ ମାଧବ।


ଆଉ ସବୁ ମୋ ପାଇଁ ତୁମେ,

ମାନେ ହିଁ ତୁମେ ଓ ଅଭିମାନେ ତୁମେ,

ତୁମକୁ କାହିଁକି ଲାଗେ

ସୂକ୍ଷ୍ମ ସରିତା ଆତ୍ମା ରୁ ନିଗିଡ଼ି ପଡୁଥିବା

ଟୋପା ଟୋପା ବିଭୋରତାରୁ

ଶବ୍ଦ ହୁଏନି ଅନ୍ତସତ୍ତ୍ଵା,

ଜନ୍ମ ନିଏନି ମାଂସିଳ ପ୍ରେମ ଓ

ରକ୍ତିୟ ପାଶବିକତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍