STORYMIRROR

Sunanda Mohanty

Romance Others

4  

Sunanda Mohanty

Romance Others

ଶ୍ରାବଣୀ

ଶ୍ରାବଣୀ

1 min
4


ଆଷାଢ଼ୀ ଆଖିରେ ବରଷା କରିଛି ଘର 

ଶ୍ରାବଣୀ ଲେଖୁଛି ପତରେ ପତର 

ଲୁହ ନଈ ହୋଇ କଳକଳ ବହି 

ଗଲାଣି ସମୁଦ୍ର ସାଥିରେ କରିବ ଘର 

ଆଷାଢ଼ୀ ଆଖିରୁ ଶୁଖୁନି ବରଷା ଟୋପା 

ଅତୀତ ମନ୍ଥନେ ବରାବର କରେ ପର 

କାହାକୁ କେବେ ମୁଁ ଦେଇନାହିଁ କିଛି

ଭାବିଛି ଏତେ ନିଜର 

ହାତଯୋଡି ଡାକେ କାଳିଆ ସାଆନ୍ତେ 

ନଲାଗୁ ସମ୍ପର୍କେ ମୋର ନଜର 

କଳାମେଘି ଶାଢ଼ୀ ପିନ୍ଧିଛି ଶ୍ରାବଣୀ 

ଆଙ୍କି ଦେବି କଳାଟିପା କପାଳ ଉପର 

ଲାଗିବନି ଆଉ ନଜର କାହାର 

ବରଷା ଗାଉଛି ପ୍ରୀତି ମଲ୍ହାର 

ଧାର ଧାର ନୀର ଢାଳୁଛି ବରଷା ମାଟିରେ 

ମାଟିମାଆ ଭାରି ଖୁସି ଏଥର 

କହିନାହିଁ କେହି ଶ୍ରାବଣୀ କାନ୍ଦୁଛି ଧରାରେ 

ପରତେ ଯିବନି ମାଟି ମାଆ ମୋହର 

ସିଏ ତ ଜାଣିଛି ବରଷା ଆସିଛି ମେଘ ସଵାରୀରେ 

କଳାମେଘି ପାଟ ସାଥେ ସାଧବ ବୋହୂ ବେଭାର 

ଚାତକିନୀ ଯିଏ ବୁଝିବ କି ସିଏ 

ଲୁହରେ ଦାୟୀ ନା ଲହୁରେ ଦାୟୀ 

ବତୁରା ମାଟି ଗନ୍ଧେ ଆଜି କାହିଁକି ବିଭୋର

ମୟୁର ମୟୂରୀ ଗାଆନ୍ତି ମଲ୍ହାର

 ଚକୋର ଆଖିରେ ଆଷାଢ଼ୀ ଶ୍ରାବଣୀ ଦୁଇ ଧାର।


Rate this content
Log in

Similar oriya poem from Romance