STORYMIRROR

Pankajini Upadhaya

Romance Others

4  

Pankajini Upadhaya

Romance Others

ଶ୍ରାବଣୀ

ଶ୍ରାବଣୀ

1 min
332


ଶ୍ରାବଣୀ ଗୋ ତୁମ ଶ୍ରାବଣର ଧାରେ

ଭିଜାଇ ଦେଏ ମୋ ତନୁ

ଶ୍ରାବଣୀ ଗୋ ତୁମ ଅମୃତ ଜଳରେ

ଅନ୍ଯମନା ପିଲା ଦିନୁ।

ଶ୍ରାବଣୀ ଗୋ ତୁମ ଜଳର ଧାରରେ

ବୁଲିବାକୁ ଭାରି ମନ

ଶ୍ରାବଣୀ ଗୋ ତୁମ ଓଳିର ସୁଅରେ

ଡଙ୍ଗା ଭସାଇବା ଦିନ।

ଶ୍ରାବଣୀ ଗୋ ତୁମ ଉଛୁଳା ନଈରେ

ତରଙ୍ଗର ମାଳ ମାଳ

ଶ୍ରାବଣୀ ଗୋ ତୁମ ମନ ଆକାଶରେ

ସ୍ବପ୍ନ ସବୁ ଢଳଢଳ।

ଶ୍ରାବଣୀ ଗୋ ତୁମ ଜଳର ଧାରରେ

କେତେ ଫୋଟକାର ସୃଷ୍ଟି

ଶ୍ରାବଣୀ ଗୋ ତୁମ ଜଳରେ ଭରିଛି

ସମତାର ମଧୁ ବୃଷ୍ଟି।

ଶ୍ରାବଣୀ ଗୋ ତୁମ ଆଗମନେ ପରା

ବଢେ ଭିଜା ମାଟି ମୋହ

ଶ୍ରାବଣୀ ଗୋ ତୁମ ଧାରା ବରଷାରେ

ନଦୀ ହୁଏ ଜଳମୟ।

ଶ୍ରାବଣୀ ଗୋ ତୁମ ମନ ଛନଛନ

ସଙ୍ଗୀତର ମହା ତାନ

ଶ୍ରାବଣୀ ଗୋ ତୁମ ରିମ୍ ଝିମ୍ ସ୍ବର

ପ୍ରେମିକାର ମହା ମାନ।

ଶ୍ରାବଣୀ ଗୋ ତୁମ ମଧୁ ପରଶରେ

ଧରା ଶ୍ଯାମଳିମା ଭରା

ଶ୍ରାବଣୀ ଗୋ ତୁମ ଠାରେ ଆଶକ୍ତିରେ

ଖୁସିରେ ନାଚଇ ଧରା।

ଶ୍ରାବଣୀ ଗୋ ତୁମ ବର୍ଷଣ ମୁଖରେ

ଚାତକର ପ୍ରାଣ ଶାନ୍ତ

ଶ୍ରାବଣୀ ଗୋ ତୁମ ଆସିବା ପୂର୍ବରୁ

ମୟୂର କରଇ ନୃତ୍ୟ।

ଶ୍ରାବଣୀ ଗୋ ତୁମ ଶୁଭ ଆଗମନେ

ସାଧବ ସୁନ୍ଦରୀ ବଧୂ

ଶ୍ରାବଣୀ ଗୋ ତୁମ ଶ୍ଯାମଳିମା ବନେ

ଢାଳିଦିଏ ପ୍ରୀତି ମଧୁ।

ଶ୍ରାବଣୀ ଗୋ ତୁମ ରାତ୍ର ଆକାଶରେ

ଆକାଶ ବାଦଲମୟ

ଶ୍ରାବଣୀ ଗୋ ତୁମ ସୁଧା ଜଳ ଧାରେ

ସର୍ବେ ଆନନ୍ଦ ନିଶ୍ଚୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance