STORYMIRROR

Pankajini Upadhaya

Others

3  

Pankajini Upadhaya

Others

ରୁଚିର ଶରଦ ବିମଳ ଶୋଭା

ରୁଚିର ଶରଦ ବିମଳ ଶୋଭା

1 min
365

ରୁଚିର ଶରଦ ବିମଳ ଶୋଭା

ପ୍ରକୃତି ସଜାଏ ଫୁଲରେ ଗଭା।

ଗଢିଆ ପୋଖରୀ କଇଁରେ ଭରା

ଅପରାଜିତାର ଶୋଭା ପସରା।

କାଶତଣ୍ଡି ଝୁଲେ ପବନ ବେଗେ

ମନମୋ ଦଉଡେ ଅତି ଆବେଗେ।

ଅଗସ୍ତି ପୁଷ୍ପର ବାଙ୍କଚାହାଣୀ

ହୃଦୟକୁ ପରା ନେଉଛି କିଣି।

ସୁବିମଳ ଶୋଭା ପୋଖରୀ ଜଳ

କଇଁ ଫୁଲ ତୋ'ଜଳେ ଟଳମଳ।

ଓଷା କେତେ ପଡେ ଏହି ଋତୁରେ

ପବିତ୍ର ଲାଗେ ସବୁ ସମୟରେ।


Rate this content
Log in