ରୁଚିର ଶରଦ ବିମଳ ଶୋଭା
ରୁଚିର ଶରଦ ବିମଳ ଶୋଭା
1 min
370
ରୁଚିର ଶରଦ ବିମଳ ଶୋଭା
ପ୍ରକୃତି ସଜାଏ ଫୁଲରେ ଗଭା।
ଗଢିଆ ପୋଖରୀ କଇଁରେ ଭରା
ଅପରାଜିତାର ଶୋଭା ପସରା।
କାଶତଣ୍ଡି ଝୁଲେ ପବନ ବେଗେ
ମନମୋ ଦଉଡେ ଅତି ଆବେଗେ।
ଅଗସ୍ତି ପୁଷ୍ପର ବାଙ୍କଚାହାଣୀ
ହୃଦୟକୁ ପରା ନେଉଛି କିଣି।
ସୁବିମଳ ଶୋଭା ପୋଖରୀ ଜଳ
କଇଁ ଫୁଲ ତୋ'ଜଳେ ଟଳମଳ।
ଓଷା କେତେ ପଡେ ଏହି ଋତୁରେ
ପବିତ୍ର ଲାଗେ ସବୁ ସମୟରେ।
