STORYMIRROR

Pankajini Upadhaya

Abstract

2  

Pankajini Upadhaya

Abstract

ଓଠର ରଙ୍ଗ

ଓଠର ରଙ୍ଗ

1 min
283

ଦାଗ ବାଗ ଲାଗେ

ଭାଗ ସେ ବଢାଏ

କଲେ ପ୍ରୀତି ଆଲିଙ୍ଗନ

ଚିହ୍ନର ଚିଟାଉ ଚିତ୍ରିତ ଅକ୍ଷର

କବିତାରେ ଜଳେ ଦାଉଦାଉ


ଲଗା ଲଗା 

ତୋର ନରମ ଅଧରେ

ଶୋଭୁ ତନୁ ଶାଢୀ ରଙ୍ଗେ

ସୁଷମା ଉକୁଟୁ

କାମନା ପ୍ରକଟୁ

ଲାଗଙ ପ୍ରୀତି ରଙ୍ଗ ଛଟା


ନାହିଁ ଲୋ ସିନ୍ଦୁର

ମଥାରେ ତୋହର

ରକ୍ତ ମନ୍ଦାରର ରଙ୍ଗ

ଓଡ଼ିଆ ଘରର 

କୂଳବଧୂ ପରି

ନ ପଡୁ କେଶରେ ଭାଙ୍ଗ


ପ୍ରେମର ରଙ୍ଗରେ

ରଙ୍ଗୀନ୍ ଦୁନିଆ

ପ୍ରୀତିର ଫଗୁଣ ଗୀତି

ତୁ ଗାଉଥିଲେ ମିଳନ ରାଗରେ

ମୁଁ ଗାଇବି ଯୁଗଳବନ୍ଦୀ 

ଉନ୍ମାଦିତ ମନ ହେଉ ଉଲ୍ଲସିତ

ହୃଦୟରେ ଦେଉ ବାନ୍ଧି


ଦେଖୁନୁ ଶୀତଟା

ବାଇଆ କରୁଛି 

କେମିତି ସହିବି କହ

ତୋ ଓଠର ନାଲି ନେଳି ଅନୁରାଗ

ମନେ ପଡେ ଆଗ ଆଗ


କୁହୁଡି ଭିଜିଛି

ଦିହୁଡି ଜଳୁଛି

ଦୂବର କାକର ପ୍ରୀତି

ପ୍ରଜାପତି ପରା ଗାଉନାହିଁ ଗୀତ

ମିଳନ ସଙ୍ଗୀତ

ଫୁଲ କଢୀ ପଡେ ଝଡି


ମେଘ ବେଳେବେଳେ

ବାଦଲର କୋଳେ

ବର୍ଷା ସବାରୀରେ ବସି

ଝିମ୍ ଝିମ୍ ସ୍ବରେ

ଟପ୍ ଟପ୍ ଝରେ 

ପ୍ରୀତି ଓଢଣୀକୁ ଟାଣି


ବୈଶାଖୀ ଝଡଟା

ଲିଭେଇ ଦେଉଛି

ତୋ ଓଠ ରଙ୍ଗର ଦାଗ

ଫଗୁଣ ମଳୟ ସଜାଇ ଦେଉଛି

ଗାଆଲୋ ପ୍ରେମ ସଙ୍ଗୀତ


କାହିଁକି ସିନ୍ଦୁର

କରିବୁ ଆଦର

କିବା ତାର ପରିଚୟ

ଓଠ ଅଙ୍ଗନରେ

ମିଳନର ଦାଗ

ଲେଖୁଛି ତୋର ସୌଭାଗ୍ୟ


ସୌରଭ ସୌନ୍ଦର୍ଯ୍ୟ

ସପନର ସୌଧ

ଲିପଷ୍ଟିକର ପରଶେ

ପ୍ରୀତି ଉପବନ ଭରୁଛି କମ୍ପନ

ଭ୍ରମିତ ଭ୍ରମର ଗାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract