STORYMIRROR

Pankajini Upadhaya

Romance Others

3  

Pankajini Upadhaya

Romance Others

ପ୍ରେମିକା

ପ୍ରେମିକା

1 min
436


ଉପଲବ୍ଧ ହେଲା ପ୍ରଥମ ପରଶ

ପ୍ରେମର ଫଗୁ ବେଳାରେ

ତୁମେ ଆସିଗଲ ହୃଦ ପରିଧିରେ

ହସହସ ଓଠ ଧାରେ।


ସାନ୍ଧ୍ୟ ଗଗନରେ ଅସ୍ତମିତ ସୂର୍ଯ୍ୟ

ଶଶାଙ୍କ କିରଣ ସ୍ପର୍ଶ

ତୁମ ସହ ମୋର ବିରଳ ମୂହୁର୍ତ୍ତ

ଅପୂର୍ବ ଆନନ୍ଦ ଭାଷ।


ନୀଳ ନୀଳ ତୁମ ନୀଳ ନୟନରେ

ଅଜସ୍ର ଆନନ୍ଦ ରେଖା

ଆନନ୍ଦାତିତ ସେ ନୟନରେ ଧାରେ

କଜ୍ଜ୍ବଳ କଳାର ଶିଖା।


କେତେବେଳେ ତୁମେ ହସର ଫଲଗୁ

କେବେ ଦୁଃଖ ନଈଧାର

କେବେ ଝରଝର ଭରା ଶ୍ରାବଣର

କେବେ ସୁଖ ପାରାବାର।


ଶୀତ ସକାଳର ଦୀପ୍ତି ଗୋ ତୁମେ

ସନ୍ଧ୍ୟାର ଅରୁଣ ଆଭା

ବସନ୍ତ ସନ୍ଧ୍ୟାର ବାସନ୍ତୀ ଲତିକା

ସୁଳଭିତ ତୁମ ପ୍ରଭା।


ଅସରନ୍ତି ରାସ୍ତା କଣ୍ଟା ଝଟାପଟା

କଣ୍ଟକମୟ ଜୀବନ

ପ୍ରେମ ପଥ ସଖୀ ଅତିକ୍ରମ ବେଳେ

ଯନ୍ତ୍ରଣାମୟ ସପନ।


ରଙ୍ଗ ବେରଙ୍ଗର ସୁମନ କଳିକା

ପ୍ରୀତିର ଖୋଲା ଝରକା

ସପନ ଶେଯର ପରୀ ରାଣୀ ପରା

ଭାବୁଥାଏ ଏକାଏକା।


ପ୍ରଥମ ପ୍ରେମର ଏହି ଦସ୍ତାବିଜ

ଲାଗିଛି ସ୍ବର୍ଣ୍ଣ ଶିକୁଳି

ସବୁ ମନୋହର ମହୋଦଧି ତୀରେ

କଜଳ ଦେଇଛି ବୋଳି।


ଵର୍ଣ୍ଣନାତିତ ସେ ମୁକ୍ତ ସୌରଭର

ବାସ୍ନାମୟ ସ୍ବପ୍ନକଳୀ

ତୁମେ ମୋ ପ୍ରଥମ ଚିଠିର ଅକ୍ଷର

ସମ୍ପର୍କର ଦୀପାବଳି।


ହଳଦୀ ବରନା ମୋ ମନ ଆଇନା

କମ୍ ହେବ ଶବ୍ଦାବଳୀ

ସବୁ ସୁରମାକୁ ଭସାଇ ଦେବି ମୁଁ

ଧରିବି ତୁମକୁ ତୋଳି।


ପ୍ରଥମ ପ୍ରେମିକା ତୁମେ ମୋର ଏକା

ଶେଷ ଶତାବ୍ଦୀର ସ୍ବପ୍ନ

ପ୍ରଜହ ପ୍ରଣୟର ବିସ୍ତୃତ ଗୀତିକା

ଲେଖିବ ଏ ଟିପ ଚିହ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance