STORYMIRROR

Pankajini Upadhaya

Fantasy

3  

Pankajini Upadhaya

Fantasy

ସ୍ମୃତି ଅତୀତର

ସ୍ମୃତି ଅତୀତର

1 min
302

କାହିଁକି କେଜାଣି ମନ ମୋ ମାନେନା

ଲେଖିପାରେ ନାହିଁ ସ୍ମୃତିର ଗୀତି

ଗାଇ ପାରେ ନାହିଁ ବିରଳ ସେ ଗାଥା

ମନରେ ଭରିଛି ଅଜସ୍ର ଭୀତି।


ସ୍ମୃତି କାହା ପାଇଁ ସଜ ସକାଳର

ନବୀନ ନିରବ ସରଳ ଛଟା

ମୋ 'ଜୀବନେ ପରା ମେଘର ବାଦଲ

ଜୀବନ ନାଟିକା ପୁରା ଓଲଟା।


ଆଜି ଛୋଟ କବି ଅତୀତକୁ ଭାବି

କେମିତି ଗାଇବି ଦୁଃଖର ଗୀତି

ବଞ୍ଚିଗଲି ଯଦି ଜୀଇବା ଶିଖିଲି

ଜାଣିଗଲି ମିଛ ସଂସାର ନୀତି।


ବାପାଙ୍କୁ ଜାଣିନି ଯାହାର ରକତୁ

ଏ ଧରା ଅଙ୍ଗନ ଦେହ ଛୁଇଁଲା

କୁଆଁ କୁଆଁ ଶବ୍ଦ ପ୍ରଥମ ରାବିଲା

କାହାର ଓଠରେ ହସ ଫୁଟିଲା ?


ଶୈଶବ ବେଳରୁ ଅନୁଭବ ନାହିଁ

ମାଆର ମମତା କେମିତି ସତେ

କୌଣସି ବସନ୍ତ କେମିତି ମଳୟ

ବୁଝି ପାରିନାହିଁ ସ୍ବାଦ ତା କେତେ ?


ଆଜି ଯେତେବେଳେ ସ୍ମୃତି ଅଙ୍ଗନରେ

ପ୍ରଶ୍ନ ପରେ ପ୍ରଶ୍ନ ହୁଏ ଉତ୍ଥିତ

କେଉଁ ଶୃଙ୍ଖଳରେ ସଜାଇବି ତାକୁ

ମନରେ ଆସୁଛି ଭୀତି ବହୁତ।


ଆକାଶ ବସୁଧା ପ୍ରକୃତି ମସୁଧା

ସୃଷ୍ଟି କର୍ତ୍ତାଙ୍କର ଭିନ୍ନ ଉଦ୍ଦେଶ୍ୟ

ଆଶା ଅବଶୋଷ ଅସୀମ ସେ ଶୋଷ

ଜୀବନ ଜୀଇବା କେଉଁ ବିଶେଷ ?


ସବୁ କ୍ଷଣ ମୋର ଅନୁଭୂତି ସ୍ବର

ସଂଘର୍ଷ ଭିତରେ ଜୀବନ ଗୀତ

ଗାଇ ପାରୁନାହିଁ ସର୍ବ ସମକ୍ଷରେ

ଯାହା ଜୀବନରେ ମୋ 'ଅନୁଭୂତ।


ସଂସାରର ଝଞ୍ଜା ବର୍ଷାସ୍ନାତ ମନ

ଶରତର ରୂପ ଶୋଭା ଅମିତ

ହିମ କାକରର ନରମ ଛୁଆଁରେ

ଶୀତାର୍ତ୍ତ ପ୍ରଭାତ ଶୀତଳ ବାତ।


ବସନ୍ତ ପ୍ରଫୁଲ୍ଲ ବାସନ୍ତୀର ଫୁଲ

କେଉଁ ବସନ୍ତର କି 'ପରିଭାଷା

ଜୀବନ ବସନ୍ତ ଦୁଃଖର ସଙ୍ଗୀତ

ସ୍ମୃତି ଗାଇଵାରେ ନାହିଁ ମୋ ନିଶା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy