STORYMIRROR

Pankajini Upadhaya

Abstract Others

4  

Pankajini Upadhaya

Abstract Others

ମୃତ୍ୟୁ

ମୃତ୍ୟୁ

1 min
447


ମୃତ୍ୟୁ କ'ଣ କେଵେ ଖବର ଦେଇଛି

ଆସିଗଲି ତୋର ଘର

ଖଟ୍ ଖଟ୍ କେଵେ ଶୁଣିଛ କି ତାର

କବାଟେ ବାଡା ପାହାର।


ହଠାତ୍ ତାହାର ତୀବ୍ର ଆଗମନ

କେବେ ରୋଗର ସାଥିରେ

କେବେ ତୀବ୍ରନାଦ ପ୍ରବାଦ ପ୍ରବାଦ

କେବେ ପା ଦୁର୍ଘଟଣାରେ।


ମୁଁ ଚାଲିଛି ମୋର କର୍ମେ ଆଗୁସାରେ

ପ୍ରତୀକ୍ଷା ନାହିଁ ତାହାରେ

ଯେତେବେଳେ ଆସୁ ବନ୍ଦନ କରିବି

ଅତି ଆନନ୍ଦ ଚିତ୍ତରେ।


ଜାଣିଛି ଲାଗିଛି ହିଂସାର ସମର

ପରସ୍ପରେ ଟଣାଟଣି

ଭାବନ୍ତି ସଭିଏଁ ମୃତ୍ୟୁ ଟାଳିଦେବେ

ଲେଖିବେ ନୂଆ କାହାଣୀ।


ହଜିବୁନୁ ତୂହି ହଜିବିନି ମୁହିଁ

ହଜିବେନି ଆଉ କିଛି

ମୃତ୍ୟୁ ପହଞ୍ଚିବ ସେହି ଦୁଆରରେ

ମନୁ ମନ ପୁଛିପୁଛି।


ମୃତ୍ୟୁ ସଂଜୀବନି ମନ୍ତ୍ର ପାଠ କରେ

ସକାଳୁ ସଞ୍ଜ ପର୍ଯ୍ୟନ୍ତ

ପ୍ରତି ପୁଣ୍ଯାତ୍ମାରେ ଗୁଣୁଗୁଣୁ ଶୁଭୁ

ହେଉ ସବୁଆଡେ ବ୍ଯାପ୍ତ।


ଆସିଥିଲେ ଏକା ଚାଲିଯିବା ସଖା

ହାତରେ ନଥିବ କିଛି

କର୍ମ ଧର୍ମ ଫଳ ରଡି ଶୁଭୁଥିବ

କାନ୍ଦୁଥିବେ ଗୁଣ ପୁଚ୍ଛି।


ସମୟ ଦେଇଛି ବହୁ ଉପହାର

ଆନନ୍ଦ ମଗନ ମନ

ସବୁ ଯତ୍ନ ପରେ ଯିବା ତାର ଦ୍ବାରେ

ହସାଇବା ଆମ ସ୍ବପ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract