STORYMIRROR

Pankajini Upadhaya

Others

3  

Pankajini Upadhaya

Others

ସ୍ବପ୍ନ ସୁନ୍ଦରୀ

ସ୍ବପ୍ନ ସୁନ୍ଦରୀ

1 min
331


ସ୍ୱପ୍ନର ସବୁଜ ଅନ୍ତ ଅନ୍ତାକ୍ଷରୀ

ଭାବନାର ପ୍ରୀତିମୟୀ

କାମନାର କେଉଁ ନଦୀର ଘାଟରେ

ତୁମେ ମୋର ସ୍ୱପ୍ନମୟୀ।

ଦେଖିନି ଆଖିରେ ସାମନାରୁ କେବେ

ଭେଟ ହୋଇନାହିଁ ଥରେ

ହୃଦୟରେ କିନ୍ତୁ ଘରଟେ କରିଛ

ଭାବନା ନଗର ଧାରେ।

ଭାବନାରେ ଆସେ ବସନ୍ତ ମଳୟ

ଲାଗେ ତୁମ ଛୁଆଁ ପରି

ଶୀତାର୍ତ୍ତ ରଜନୀ ଦିଏ ଶିହରଣ

ସ୍ୱପ୍ନ ସବୁ ଯାଏ ଭରି।

ଶ୍ରାବଣୀ ଆସିଛି ସାଏରୀ ଲେଖୁଛି

ସବୁ ପ୍ରୀତିର କବିତା

ସବୁ ଋତୁ ମୋର ଅତି ଆପଣାର

ସବୁଠି ତୁମର ସତ୍ତା।

ନାନା ଜାତି ଫୁଲ ସବୁ ତୁମ ତୁଲ

ସୁନ୍ଦର କୋମଳ ଭରା

ତାଙ୍କୁ ଛୁଇଁ ଦେଇ ଆଘ୍ରାଣ କରୁଛି

ତୁମ ଅନୁଭବ ପରା।

ଶରତ ଶେଫାଳୀ ବାସ୍ନା ଛୁଟାଉଛି

ବାତାୟନ ମହମହ

ରଜନୀଗନ୍ଧାର ରୂପ ବାସ୍ନା ଭଳି

ତୁମ ରୂପ ରଙ୍ଗ ଦେହ।

ସପନରେ ଆସ ସପନରେ ଯାଅ

ସ୍ୱପ୍ନମୟ କର ମନ

ପ୍ରକୃତି ସୌନ୍ଦର୍ଯ୍ୟ ସୌରଭକୁ ନେଇ

ଜୀବନକୁ କର ପୂର୍ଣ୍ଣ।

ସତରେ ସପନ ସତ ହୋଇଯିବ

ତୁମେ ଆସିବ ମୋ'ଘର

ପ୍ରୀତିର ଫୁଲରେ ସଜାଇ ଦେବି ମୁଁ

ହୃଦୟରୁ ପ୍ରେମ ମୋର।

ହୃଦ ଉପବନ କରି ଆହ୍ଲାଦିତ

ଲେଖିଦେବି ହସ୍ତାକ୍ଷର

ପ୍ରୀତିର ପୁଲକେ ପୁଲକିତ କରି

ଗାଉଥିବି ନାମ ତୋର।

ଆସ୍ଥା ମୋର ଅଛି ନିଶ୍ଚେ ପୂର୍ଣ୍ଣ ହେବ

ହେବ ନିଶ୍ଚେ ପରିଣୟ

ଦାମ୍ପତ୍ୟ ଜୀବନ ନିଶ୍ଚୟ କାଟିବା

ସମ୍ପର୍କ ମଧୁରମୟ।

ଅସୀମ ତୃଷ୍ଣାର ହେବ ନିବାରଣ

ସ୍ୱପ୍ନ ହୋଇଯିବ ସତ୍ୟ

ସ୍ୱପ୍ନ ନଗରୀର ରୂପ ରାଣୀ ମୋର

ପାଇ ତୋତେ ହେବି ଧନ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍