STORYMIRROR

Pankajini Upadhaya

Tragedy

4  

Pankajini Upadhaya

Tragedy

ମୃତ୍ୟୁର ନମନୀୟ ସ୍ପର୍ଶ

ମୃତ୍ୟୁର ନମନୀୟ ସ୍ପର୍ଶ

1 min
590


ପୁଲକ ଅନ୍ତର ସ୍ନିଗ୍ଧ ଉପହାର

ମିଳେ ବିଷାଦରୁ ମୁକ୍ତି

ଜୀବନର ରାସ୍ତା ସୁସ୍ଥ ସୁଖାବସ୍ଥା

ରହେନା ଯନ୍ତ୍ରଣା କ୍ଳାନ୍ତି।


ତୁମ ଇଚ୍ଛାଶକ୍ତି ତୁମ ଅବସ୍ଥିତି

ତୁମ ଜୀବନ ଆଲୋକ

ତୁମେ ହଜିଗଲେ ସ୍ବାର୍ଥେ ଭିଜିଗଲେ

ଗାଉଥିବ ଦୁଃଖ ଶ୍ଳୋକ।


ଅର୍ଥ ବଳ ଆଉ ବାହୁ ବଳେ ଭାଉ

କେତେ ଯୁଦ୍ଧର ଡାକରା

ପାରିବ କି ଦେଇ ମୋକ୍ଷତାର ପାଇଁ

ହେବନାହିଁ ସର୍ବହରା।


ପ୍ରଭାବିତ ତୁମେ ପ୍ରଲୋଭନ ନାମେ

ମରିଚିକା ପଥଯାତ୍ରୀ

ମାୟା ନଗରରେ ବାୟା ହେଲେ ବାରେ

ହେବ କିବା ପାତ୍ରପାତ୍ରୀ।


ବିଜୟ ମଣ୍ଡିତ ଜୟ ଜୟ ନାଦ

କାମନାର ମଧୁଗନ୍ଧ

କରିବ ଲୁଣ୍ଠିତ ହେବ ଭୃଲୁଣ୍ଠିତ

ଭାଙ୍ଗିବ ସ୍ବପ୍ନର ବନ୍ଧ।


ଡାକରା ଛାଡିଛି ଶବଦ ଶୁଭୁଛି

କର୍ଣ୍ଣରେ ଅନୁରଣିତ

ମୃତ୍ୟୁ ଆସିଯିବ ଦ୍ବାରେ ପହଞ୍ଚିବ

ହେଉଥିବ ଖାଲି ବ୍ଯସ୍ତ।


କର୍ତ୍ତବ୍ୟର ପଥ କରୁଣାର ସାଥ

ସବୁ ନୈତିକତା ଭରି

ହୁଅ ଅଗ୍ରସର ଚାଲ ହେ ସତ୍ତ୍ବର

ଅଭିଯୋଗୁ ଅପସରୀ।


ଜାଣିଛି ମୃତ୍ୟୁର ଅନୁଭବ ସ୍ବର

ସ୍ନିଗ୍ଧ ନମନୀୟ ସ୍ପର୍ଶ

ବିଷାଦ କାହିଁକି ଜୀବନ ପାଇଁ କି

ଓଠେ ଭର ମୃଦ୍ଯୁ ଲାସ୍ଯ।


Rate this content
Log in

Similar oriya poem from Tragedy