STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶ୍ରାବଣ !

ଶ୍ରାବଣ !

1 min
10


ଭିଜା ଭିଜା ଶ୍ରାବଣ ଭୂଇଁ !


       ଦିଏ ହୃଦେ ଖୁସିକୁ ଛୁଇଁ !!


ଆସି ଅଛି ବରଷା ରାଣୀ !


      ଚାଷୀ ମନ ଖୁସିରେ ପୁଣି !!

     

ଦିନ ରାତ୍ର ବିଲରେ ଥିବ !


     କୃଷି କାର୍ଯ୍ୟ ଯତ୍ନେ କରିବ !!


ମାଟି ସଙ୍ଗେ ମାଟି ହୋଇବ !


     ଚାଷ କରି ଅନ୍ନକୁ ଦେବ !!


ରାଷୀ ଭାଇ କଷ୍ଟ କରୁଛି !


     ଆମରି ପେଟକୁ ପୋଷୁଛି !!


ଅନ୍ନ କଷ୍ଟ ଦେଶେ ନହୁଛି !


     ଚାଷୀ ସବୁ ପୁରା କରୁଛି !!


ଘଡଘଡି ଶବ୍ଦ ଶୁଭୁଛି !


    ମଣ୍ଡୁକ ସପ୍ରେମେ ଡାକୁଛି !!


ଶ୍ରାବଣ ମାସର ବର୍ଷାରେ !


   ବିଜୁଳି ମାରୁଛି ପ୍ରଖରେ !!


ବର୍ଷା ରାଣୀ କରେ କାତର !


   ଭାଙ୍ଗି ଦେଉଛି ଘରଦ୍ବାର !!


କଷ୍ଟକୁ ଦିଏ ବର୍ଷା ରାଣୀ !


  ମନୁଷ୍ୟେ ଦିଏ ଚିନ୍ତା ଆଣି !!


ବର୍ଷା ବହୁଳେ ସୃଷ୍ଟି ନାଶ !


   ବର୍ଷା ବିହୁନେ ସର୍ବନାଶ !!


ଗାଆଁ ସହର ପାଣିପାଣି !


  ବଢ଼ାଇ ନଦୀ ନାଳ ପୁଣି !!


ଧାନ ଗଛ ବିଲେ ଦିଶୁଛି !


   ଚାଷୀ ମନ ଖୁସି ରହିଛି !!


ପରିବେଶ ଦିଶେ ସୁନ୍ଦର !


  କୋଇଲି ରାବ କି ମଧୁର !!


ମୟୁର ନାଚେ ଶ୍ରାବଣରେ !


  ପୁଷ୍ପ ସୁଗନ୍ଧ ମନୋହରେ !!


ଅମ୍ଳଜାନ ଯେ ନିରୋଗର !

 

    ସଞ୍ଚାର ହୁଏ ନିରନ୍ତର !!

  

ବରଷା ଋତୁର କାହାଣୀ !


  ଆସିଛି ଚାଷୀ ମନ ଜାଣି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract