ଶ୍ରାବଣ
ଶ୍ରାବଣ
ପଚାରନ୍ତି ସଭିଏଁ,
ଶ୍ରାବଣଟା ମତେ ଏତେ ଭଲ ଲାଗେ କାଇଁ
କେମିତି ଲାଗିବନି ଯେ!
ଏଇ ପା ଆଣିଥିଲା ‘ମୋ ପ୍ରିୟ’ଙ୍କୁ ମୋ ଜୀବନେ ନେଇ
ସେଦିନ ବି ଆସିଥିଲା ଧାରା ଶିରାବଣ
ବରଷାଟା କରିଥିଲା ତୁମକୁ ବରଣ
ବସି ରହିଥିଲି ମୁଁ ତୁମ ବାଟ ଚାହିଁ
ବେଳ ଗଲା ଗଡ଼ି ତୁମେ ଆସିଲ ତ ନାହିଁ
ପଠେଇଲି ଶେଷେ ଏଇ ଝରି ବରଷାକୁ
ପାଛୋଟି ଆଣିଲା ଯାଇ ପଥରୁ ତୁମକୁ
କଳାମେଘ ନେଇଥିଲା ମୋ ପ୍ରେମ ପତର
ସାକ୍ଷୀ ହେଲା ସେଇ ଆମ ମଧୁ ମିଳନର
ମନେ ପଡ଼େ ତୁମ ସେଇ ମିଠା ପ୍ରୀତିଛୁଆଁ
କୁଆଁରୀ ମନରେ ମୋ ଜାଳି ଥିଲା ନିଆଁ
ସେଦିନୁ ଜୀବନେ ଯେବେ ଆସୁଛି ଶ୍ରାବଣ
ନେଇ ଆସେ ମଧୁଝରା ମିଠା ଶିହରଣ
ଏଇମିତି ଶ୍ରାବଣ ତୁ ଆସୁଥା ଜୀବନେ
ପ୍ରୀତିର ଜୁଆର ପୁଣି ଉଠୁଥାଉ ମନେ
ଶୁଣୋଉଥା କାନରେ ମୋ ମିଳନ ରାଗିଣୀ
ସାଜୁଥାଏ ପ୍ରିୟ ପାଇଁ ପ୍ରୀତି ପ୍ରଣୟିନୀ…