STORYMIRROR

Lipsa Panda

Others

2  

Lipsa Panda

Others

ମୋ ବୋଉ

ମୋ ବୋଉ

1 min
13.4K


ମୋ ବୋଉ ମୋ ଘରକୁ ଆସିଲା.. 

ଦୁର୍ଦ୍ଦିନରେ ବାଙ୍କୀ ଯାଇଥିବା ଅଣ୍ଟାକୁ ମୋର ସଳଖିଦେଲା

ଦୁର୍ବଳ ହେଇ ପଡ଼ିଥିବା ମନକୁ ମୋର ବୁଝେଇ ଦେଲା

ମନ ଜାଣି ଖୁଆଇଲା, ବେଳ ଥାଉ ଶୁଆଇଲା

ମୁଁ ଯେ ଦିନେ ତାର ଅଲିଅଳି ରାଜକୁମାରୀ ଥିଲି, ମନେ ପକେଇ ଦେଲା..

"ବାପା ମା' ମାନେ ଖାଲି ପୁଅ ପାଇଁ" ମୋ ମନ ତଳେ ଦିକ୍ ଦିକ୍ ଜଳୁଥିବା ଏ ଅଭିମାନର ନିଆଁରେ

ମୁଠେ ପାଣି ଛିଞ୍ଚି ଦେଲା

ସଞ୍ଜରେ ଘରକୁ ଫେରନ୍ତା କ୍ଲାନ୍ତ ଅବଶ ଦେହକୁ ମୋର ଆଉଁସି ଦେଲା

ସ୍ନେହବୋଳା ପଣତକାନିରେ ମୋ ମୁହଁ ପୋଛିଦେଲା

.......

କାଲି ବୋଉ ମୋ ଘର ଛାଡ଼ି ତା ଘରକୁ ଚାଲିଯିବ

କାଲିଠୁ ଫେର୍ ତା' ଗେହ୍ଲି ଝିଅଟା ଗୋଟେ ଦାୟିତ୍ୱବାନ ମା' ପାଲଟିଯିବ

ଦିନେ ଦୁଇ ଦିନ ବୋଉକୁ ଝୁରିବ

ଫେର୍ ନିଜ ତେଲ ଲୁଣର ସଂସାରରେ ହଜିଯିବ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍