STORYMIRROR

Lipsa Panda

Inspirational

3  

Lipsa Panda

Inspirational

ନାରୀ ମୁଁ

ନାରୀ ମୁଁ

1 min
14.3K


ନାରୀ ମୁଁ..          

ନାରାୟଣୀ ନୁହେଁ..       

ମତେ ଦେବୀ ବନେଇ ଦିଅନି ।  

ମହାନତାର ଆଢୁଆଳରେ

ଯେତେ ସବୁ ନିଜର ଅବାସ୍ତବ ଅସୁମାରୀ ଆଶାକୁ 

ମୋ ଉପରେ ଲଦି ଦିଅନି ।           

ରକ୍ତମାଂସରେ ଗଢ଼ା ଶରୀର ମୋର,   

ତାକୁ ନିର୍ଜୀବ ନିଷ୍ପ୍ରାଣ ବୋଲି ଭାବି ନିଅନି। 

ଜନନୀ ଭଗିନୀ ଜାୟା ଆଦି ଭାରୀ ଭାରୀ ଶବ୍ଦ ତଳେ ଚାପି ଦିଅନି।        

ମୋର ସ୍ଵରକୁ ଘରର ଚାରିକାନ୍ଥ ମଧ୍ୟରେ କବର ଦିଅନି।        

ବାରମ୍ବାର ପରିବାର ପ୍ରତି କର୍ତ୍ତବ୍ୟର ଦ୍ୱାହିଦେଇ 

ବେଡ଼ରୁମ ଥାକର ଶୋ ପିସ୍ ବନେଇ ଦିଅନି ।  

ମୁଁ ଗୃହପାଳିତ ପଶୁ ଟିଏ ନୁହେଁ,     

ନିଜ ପାଇଁ କିଛି ସମୟ ସାଇତିବାକୁ ମୋର ସ୍ବାର୍ଥପରତାର ଆଖ୍ୟା ଦିଅନି ।     

କଣ କହିବି,କଣ ଲେଖିବି, କଣ ପିନ୍ଧିବି, କେମିତି ଚଳିବି ଇତ୍ୟାଦିର 

ମୋ ପାଇଁ ସ୍ଥିରୀକୃତ ଲକ୍ଷ୍ମଣରେଖା ଡେଇଁ ଗଲେ

ମୋର ସ୍ୱେଚ୍ଛାଚାରିତାର ଡିଣ୍ଡିମ ପିଟନି...        

ମତେ ସ୍ନେହ ଦିଅ, ମୁଁ ପ୍ରେମ ଦେବି।   

ମତେ ସମ୍ମାନ ଦିଅ, ମୁଁ ଯୋଗ୍ୟ ଉତ୍ତରାଧିକାରୀ ଦେବି।             

ମତେ ସ୍ଵାଧୀନତା ଦିଅ, ମୁଁ ତୁମରି ବଂଶ ପାଇଁ କାଳ କାଳ ପାଇଁ ନାଁ ରଖିଯିବି...  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational