STORYMIRROR

Lipsa Panda

Others

2  

Lipsa Panda

Others

ତୁ ନାହୁଁ

ତୁ ନାହୁଁ

1 min
15.4K


ତୁ ନାହୁଁ ମୋ ପାଖରେ...


କେମିତି କହିବି ତତେ, ମତେ କେମିତି ଲାଗୁଚି!

ଜୀବନଟା ଯେମିତି ନିଦାଘ ମଧ୍ୟାହ୍ନର ଖାଁ ଖାଁ ବେଳ

ସବୁ ପରିପୂର୍ଣ୍ଣତା ଭିତରେ ବି ସବୁ କିଛି ହଜେଇ ଦେବାର କଷ୍ଟ

ଫଗୁଣର ପବନରୁ ଗ୍ରୀଷ୍ମର ଝାଞ୍ଜିର ସ୍ପର୍ଶ!

କେମିତି ଗୋଟେ କହି ହଉ ନଥିବା ଖାଲି ଖାଲି ପଣ

ଛାତି ଭିତରଟା ରୁନ୍ଧି ହେଇଯିବାର ଯନ୍ତ୍ରଣା

କେମିତି ଗୋଟେ ଅବ୍ୟକ୍ତ ବେଦନାରେ ଭର୍ତ୍ତି ହୃଦୟ

ତତେ ଠକି ଦେଇଥିବାର ଅପରାଧ ବୋଧ

ତତେ ଦୁରେଇ ଦେଇଥିବାର ଆତ୍ମଗ୍ଲାନି

ନିଜର ସ୍ବାର୍ଥପରତାର ଚିନ୍ତାରେ ଭାରାକ୍ରାନ୍ତ ମନ

ଚାରି ଆଡ଼େ ଖାଲି ତୋରି ମୁହଁ, ତୋରି ହସ

ଚେଷ୍ଟା କରି ବି ନିଜକୁ ବୁଝେଇ ନ ପାରିବାର ନିପାରିଲା ପଣ


ତୋର ସେ ଅମୃତ ବୋଳା ମାଆ ଡାକ ବିନା

ନିସ୍ତବ୍ଧ ମୋ ଚାରି ପାଖର ପୃଥିବୀ

ତୋର ଅନୁପସ୍ଥିତିରେ ବିଷମୟ ମୋ ଦୁନିଆ

ତୋର ସେଇ ଶାନ୍ତ କମନୀୟ ନିଦ୍ରିତ ଚେହେରା

ମୋ ଆଖି ରେ ଆଣୁଚି ଅସରନ୍ତି ଲୁହର ବନ୍ୟା


ଇଛା ହଉଚି କୋଉ ଗୋଟେ ମନପବନ ଯାନ ମିଳି ଯାଆନ୍ତା କି

ଏଇ ମୁହୂର୍ତ୍ତରେ ତୋ ପାଖରେ ପହଞ୍ଚି ଯାଆନ୍ତି,

ତତେ ମନ ଭରି ଗେଲ କରନ୍ତି,

ତୋ ସେ କଅଁଳ ପଦ୍ମ କଢ଼ି ପରି ମୁହଁକୁ ମନ ଭରି ଦେଖନ୍ତି,

ଆଉ ଏତେ ଦିନ ଧରି ତତେ ମୋ ଠୁ ଦୂରେଇ

କରିଥିବା ପାପର ପ୍ରାୟଶ୍ଚିତ କରନ୍ତି

ମନ ଭରି କାନ୍ଦନ୍ତି, ଛାତି ତଳେ ଜମାଟ ବାନ୍ଧି ଥିବା ସବୁ

କୋହକୁ ଲୁହ କରି ବୁହାଇ ଦିଅନ୍ତି...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍