STORYMIRROR

Lipsa Panda

Inspirational

2  

Lipsa Panda

Inspirational

ବନ୍ଧନ ମୁକ୍ତି

ବନ୍ଧନ ମୁକ୍ତି

1 min
14K


ଶାନ୍ତ ସୁଧାର ତଟିନୀରେ ସିନା ବନ୍ଧ ବାନ୍ଧିବା ସମ୍ଭବ,

ପାହାଡ଼ି ଝରଣା ପ୍ରଖର ସ୍ରୋତ କି ବନ୍ଧ ବାଡ଼ କିଛି ମାନିବ!


ଏଇମିତି ଦିନେ ଐରାବତ ହସ୍ତୀ ହୋଇଥିଲା ମଦମତ୍ତ

ପରମ ପାବନୀ ଭାଗୀରଥୀ ତା’ର ଗର୍ବ କରିଥିଲେ ଚ୍ୟୁତ।


ଉଷ୍ମ ଲହୁର ଉଦ୍ଦାମ ଧାରା ସୃଷ୍ଟି କରୁ ନୂଆ ବିପ୍ଳବ,

ଗୁରୁଜନଙ୍କ ଆଶୀର୍ବାଦ ହେଉ ଶିବ ଜଟା ପରି ବିଭବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational