STORYMIRROR

Lokanath Rath

Romance Inspirational

4  

Lokanath Rath

Romance Inspirational

ଶ୍ରାବଣ ର ଆକାଶରେ

ଶ୍ରାବଣ ର ଆକାଶରେ

1 min
212


ଆଜି ଦେଖ କି ଖେଳ ଏ ମେଘ ଖେଳେ 

  ସତେ ଲାଗେ ସେ ଆଖି ମିଟିକା ମାରେ, 

ଚଲା ବାଦଲକୁ କହିଦିଏ ଠାରି 

  ଲୁଚିଯାଏ ଶ୍ରାବଣ ର ଆକାଶରେ ।। 


ଦେଖି କଳା ବାଦଲକୁ ମନ କହେ 

  ଭିଜିବାକୁ ଟିପି ଟିପି ବରଷାରେ, 

ଧକ ଧକ ହୁଏ ଛାତି ସେ ଆଶାରେ 

  ଖୋଜେ ତାକୁ ଶ୍ରାବଣ ର ଆକାଶରେ ।। 


କେବେ ଭାବି ନ ଥିଲା ଦେବ ସେ ଦଗା 

  ବଡ଼ ବେଈମାନ ଅଟେ ସେ ସତରେ, 

ଲୁଚି ଗଲା ରହି ବାଦଲ ଭିତରେ 

  କଳା ରଙ୍ଗ ଶ୍ରାବଣ ର ଆକାଶରେ ।। 


ଆଷାଢ଼ କୁ ବିଦା କରି ଆସିଥିଲା 

  ବରଷିବ ଆସି ମୁଷଳ ଧାରରେ 

ଥିଲେ ସବୁ ରହି ଚାହିଁ ଅପେକ୍ଷାରେ 

  କାହିଁ ଗଲା ଶ୍ରାବଣ ର ଆକାଶରେ ?


କେହି କହେ ଦଣ୍ଡିଛନ୍ତି ଇନ୍ଦ୍ରଦେବ 

  ରୋଷ କରି ବୋଧେ ତାହାରି ଉପରେ 

କିବା ଏବେ ବଡ଼ କପଟ କରୁଛି 

  ଲୁଚି ଏହି ଶ୍ରାବଣ ର ଆକାଶରେ ।। 


ଦେଖୁ ଦେଖୁ ତାର ଖେଳ ସରିଗଲା 

  ଆକାଶୁ ବହିଲା ମୁଷଳ ଧାରରେ, 

ସବୁ ପ୍ରତୀକ୍ଷା ର ଅନ୍ତ ହୋଇଗଲା 

  ଦେଖା ଦେଲା ଶ୍ରାବଣ ର ଆକାଶରେ ।। 


ଦେହ ତ ଭିଜିଲା,ମନ ପୁରିଗଲା 

  ଧାରା ଶ୍ରାବଣ ର ଏହି ପରସରେ, 

ହଟିଲା ଚଲା ବାଦଲ ବହୁଦିନେ 

  ମେଘ ଖେଳେ ଶ୍ରାବଣ ର ଆକାଶରେ ।। 


ଦିଏ ସତେ ରଡି ହୋଇ ଘଡ ଘଡି 

  ଚମକାଏ ବିଜୁଳି ସେ ଝଟକାରେ, 

ସପ୍ତରଙ୍ଗୀ ଇନ୍ଦ୍ରଧନୁ ରେ ସଜାଏ 

  କି ସୁନ୍ଦର ଶ୍ରାବଣ ର ଆକାଶରେ ।। 



Rate this content
Log in

Similar oriya poem from Romance