STORYMIRROR

Sabita Nayak

Romance

4  

Sabita Nayak

Romance

ଶ୍ରାବଣ ଆଣିଛି ପ୍ରୀତିର ବରଷା

ଶ୍ରାବଣ ଆଣିଛି ପ୍ରୀତିର ବରଷା

1 min
176

ଶ୍ରାବଣ ଆଣିଛି ପ୍ରୀତିର ବରଷା 

ତୁମେ ଥରେ ଆସ ସାଥି 

ଭିଜିଯିବା ଦୁହେଁ ବରଷାର ଧାରେ 

ପ୍ରେମ ନଉକାରେ ବସି। 


ଦୁହେଁ ଭିଜୁଥିବା ପ୍ରେମର ବାରିରେ 

ଡରିବାନି ଆଉଜମା 

ଅମାନିଆ ବର୍ଷା ଭରିଦିଏ ମନେ 

ତୁମରି ପ୍ରୀତିର ଧାରା। 


ଶିହରଣ ଭରା ତନୁ ମନ ମୋର 

ଖୋଜେ ତୁମ ଆଲିଙ୍ଗନ 

ପ୍ରେମମୟୀ ତୁମେ ଆସଗୋ ଜୀବନେ 

ଝରାଇ ପ୍ରେମ ଶ୍ରାବଣ। 


ଏ ବରଷା ରାତି ଦେହେ ଭରେ ତାତି 

ତୁମେ କି ବୁଝନା କୁହ 

ପିଆସି ଓଷ୍ଠ ମୋ ଅଧିର ଆଜି ଗୋ 

ଖୋଜେ ଚୁମ୍ବନର ସ୍ପର୍ଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance