ଶପଥ
ଶପଥ
ହିନ୍ଦୁ ବୈ।ଦ୍ଧ ଜୈନ ଶିଖ ମୁସଲିମ
ଭିନ୍ନ ଭାଷା ସମ୍ପ୍ରଦାୟ
ଏକତାର ସୂତ୍ରେ ସଭିଏଁ ଆବଦ୍ଧ
ଆକୁମାରୀ ହିମାଳୟ
ଗାଉ ଜନ ମନ ଗୀତି
ଉଡାଉ ତ୍ରିରଙ୍ଗା ଉଲ୍ଲାସ ଆନନ୍ଦେ
ଏକତା ଆମର ଶକ୍ତି ।
ଶାନ୍ତି ମୈତ୍ରୀ ପ୍ରୀତି ଅହିଂସା ନୀତିରେ
ରଖି ଆମେ ସୁବିଶ୍ୱ।ସ
ଚାଲିଛୁ ଚାଲିବୁ ପ୍ରଗତି ପଥରେ
ହାସଲ କରିବୁ ଲକ୍ଷ୍ୟ
ହୋଇବୁ ଆତ୍ମନିର୍ଭର
ଆମ କୁଶଳତା କର୍ତ୍ତବ୍ୟ ନିଷ୍ଠାରେ
ହେବ ବାଧାବିଘ୍ନ ଦୂର ।
ଆମ ପରାକ୍ରମ ସେବା ଦେଶପ୍ରେମ
ବୀରୋଚିତ ବଳିଦାନ
ରଖିବୁ ଅକ୍ଷୁର୍ଣ୍ଣ ସାର୍ବଭୌମ ସତ୍ତା
ପିଣ୍ଡେ ଥିବା ଯାଏ ପ୍ରାଣ
ନେଉଛୁ ବଜ୍ର ଶପଥ
ଗଢିବୁ ପ୍ରଯତ୍ନେ ବିଶ୍ୱରେ ଅଗ୍ରଣୀ
ମହାନ ଦେଶ ଭାରତ ।
-----
