STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଶପଥ ନେବୁ ତୁ ଆ

ଶପଥ ନେବୁ ତୁ ଆ

1 min
14.4K


ତ୍ରୀରଙ୍ଗା ଉଡୁଛି ଆକାଶ ପ୍ରଦେଶେ

ବହୁଛି ଶାନ୍ତି ର ବାଆ

ମୋ ଦେଶ ଭାରତ ବୈକୁଣ୍ଠ ସମାନ

ଲାଗୁଥାଏ ନିତି ‌ନୂଆ ।।

ହୀମାଦ୍ରି ଶିଖର ମଥାମଣି ତାର

ପଦଧୁଏ କୁମାରୀକା

କଳକଳ ସ୍ବନେ ପ୍ରବାହିତ ପୂତ

ପବିତ୍ର ମୋ ଗଙ୍ଗା ମାଆ ।।


ଯା,ନା‌ହିଁ ଭାରତେ ତା ନାହିଁ ମରତେ

ସ୍ବର୍ଣ୍ଣାକ୍ଷରେ ତାର ନାଁ

ସ୍ବର୍ଣ୍ଣପ୍ରସୁ ଏହି ମାଟି ମୋ ଚନ୍ଦନ

ମୋ ଜୀବନ ପ୍ରାଣ ରାହା ।।


ତାକୋଳେ ଜନମି ଅନୀତି, ଦୁର୍ନୀତି

ଦୁଃଷ୍କର୍ମେ ଆମ ଦୁନିଆଁ

କଳଙ୍କିତ କରି ଦେଲେଣି ଆମେରେ

ଦେଖିଲେ ଲାଗେ ଛାନିଆ ।।


ହେ ବୀର ପୁରୂଷ ତୋ ପୂର୍ବ ପୈ।ରୁଷ

ଭୁଲିତୁ ଯାଉଛୁ କିଆଁ

ତ୍ରୀରଙ୍ଗା ର ତଳେ ଦେଶରକ୍ଷାଅର୍ଥେ

ଶପଥ ନେବୁତୁ ଆ ।।


ସମବେତ ଆଜି ସକଳ ଜନତା

ଆସ ଦେଶ ବଞ୍ଚାଇବା

ନଗ୍ନ କାମନା ସ୍ବାର୍ଥ ଭାବନା

ମନରୁ ଦୂରେଇଦେବା ।।

ହଳାହଳ ବିଷ ସମ କବଳିତ

କରିକରେ ହୀନମନା

ଦାମ୍ଭିକ ହୁଅ ଆଜି ଠାରୁ ସର୍ବେ

ରଖିବା ଦେଶର ନାଁ ।।


କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational