STORYMIRROR

Bharatabandhu Biswal

Classics Thriller Children

3  

Bharatabandhu Biswal

Classics Thriller Children

ଶପଥ ଦୁର୍ବାର

ଶପଥ ଦୁର୍ବାର

1 min
226


ଚର୍ତୁପାର୍ଶ୍ଵେ ଚକ୍ରବ୍ୟୁହ

 ସମ୍ମିଳିତ ସପ୍ତରଥୀ କୁଚକ୍ର ପ୍ରହାର, 

ହାରି ନାହିଁ ହାରି ବନି କେବେ ହେଲେ 

ଶୈ।ର୍ଯ୍ୟ ପରାକ୍ରମ,

 ସାକ୍ଷୀ ସୂର୍ଯ୍ୟ ଚନ୍ଦ୍ର 

ଧର୍ମ ଯୁଦ୍ଧ ଅନିର୍ବାର୍ଯ୍ୟ ,

ବାର ବାର ଜୀଉଥିବ ଅଭିମନ୍ୟୁ 

ଶପଥ ଦୁର୍ବାର ।

ଧର୍ମ ଅର୍ଥ କ୍ଷମତା ଲୋଭରେ

ନର ଯେବେ ଅନ୍ଧ ହୁଏ ପାଲଟେ ରାକ୍ଷସ,

ଦର୍ପ ଅହଂ କାର ହିଂସା କୂଟ ଓ କପଟ,

ଫୁଲିଉଠେ ଅଧର୍ମ ସାମ୍ରାଜ୍ୟ

ନିନ୍ଦିତ ହୁଏ ପୁଣ୍ୟ 

ସତ୍ୟତା ନାଚାର ,

ହୁଙ୍କାର ଶତ ସିଂହ ବଳ ।

ଧର୍ମ ଯୁଦ୍ଧ ଅନିର୍ବାଯ୍ୟ ......

ସଇତାନ ଯେତେବେଳେ ନିର୍ବିଘ୍ନରେ

କରେ ବେଦପାଠ,

ନିରୁପାୟେ କପାଳକୁ ନିନ୍ଦିଥାଏ

ଅସହାୟ ଯୋଗ୍ୟ ସୁପୁରୁଷ,

ରୋଗ ଦୁଃଖ କଷ୍ଟେ ଜୀଇ ଥାଉ

ନିତି ମରେ ନୀରିହ ମଣିଷ,

ଗ୍ରାସିଯାଏ ଆଲୋକକୁ ଅନ୍ୟାୟ ଅସତ୍ୟ

ନିରାଶ ଅନ୍ଧାରେ ଗୁଞ୍ଜେ

ହାହାକାର ହା ଅନ୍ନ ଚିତ୍କାର,

ଧର୍ମ ଯୁଦ୍ଧ ଅନିର୍ବାର୍ଯ୍ୟ.......

ଋଷି ମୂନି ବେଦ ଶାସ୍ତ୍ର ପରମ୍ପରା

ଯେବେଳେ ବିସ୍ମୃତି ଗର୍ଭେ 

ହୋଇଯାଏ ଲୀନ,

ଲୌହ ଜଞ୍ଜୀରରେ ହୁଏ ଭ୍ରୁଣ କୃଷ୍ଣ

ଗର୍ଭ ଅଷ୍ଟ ପୂର୍ବରୁ ବନ୍ଧନ,

ବିଶ୍ୱାସ ନୀରବି ଯାଏ 

ମିଥ୍ୟା ରାମ ନାମ ହୁଏ

ନିରୂପାୟ ପରମ ଈଶ୍ଵର,

ସନ୍ଧିକ୍ଷଣ ସଂଘାତ ଶାର୍ଦ୍ଦୂଳ ।

ଧର୍ମ ଯୁଦ୍ଧ ଅନିର୍ବାର୍ଯ୍ୟ .....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics