STORYMIRROR

Santanu Bisoi

Tragedy Others

3  

Santanu Bisoi

Tragedy Others

ଶୋଷଣ

ଶୋଷଣ

1 min
204

କୁଜିନେତା ହେଲେ ମେଳି

ଦପ ଦପ ଦୀପ ଜାଳି,

କରୋନା ପୀଡିତ ମନ୍ତ୍ରୀ,ନେତା ପାଇଁ 

ଦେବତାଙ୍କୁ କଲେ ଅଳି।।


ନାଁ ମାତ୍ରକ ବାଳ ଭୋଗକୁ

ବାଆଷଠି ପଟ ଘଣ୍ଟ

ମିଛ କରୋନାରେ ମନ୍ତ୍ରୀ ହେଉଥିଲେ

ମିଛୁଟାରେ ଛଟପଟ।।


ବୁକୁଚାବୁହାର ନାଟ

ଚୋର ବଦମାସ୍ ଖଣ୍ଟ

ମେଳିହୋଇ ସବୁ ତୋଷାମଦ ପାଇଁ

କରୁଛନ୍ତି ଏତେ ନାଟ।।


ଯଦି କେବେ ସାଇଭାଇ

କରୋନା ଆକ୍ରାନ୍ତ ହୋଇ

ମରିଗଲେ, ତାକୁ ସ୍ମଶାନ ବାରଣ

ଚାରି କାନ୍ଧ ମିଳେ ନାହିଁ।।


ରୋଜଗାର ହେଲା ଶୁନ

ଆର୍ଥିକ ଅବସ୍ଥା ନ୍ୟୁନ

ପେଟ ବିକଳରେ ଫେରିଛି ଦାଦନ

ଶୁଣି ଶୁଣି ଆଶ୍ୱାସନ।।


ଯେତେ ସରପଞ୍ଚ ଦଳ

ଅପାଳକେ ହେଲା ପାଳ

ଶିକ୍ଷା ଦୀକ୍ଷା ନାହିଁ ମୁରୁଖ ଗୁଡା ବି

ହୋଇଗଲେ ଜିଲ୍ଲାପାଳ।।


ଅଲଣା ଓ ଉଚ୍ଚ ଲୁଣ

ଖାଇବା ହଟାପାଟଣ

କରୋନା ଅର୍ଥକୁ ନଅର ଛଅର

କରିଲେ ଅପହରଣ।।


ଶୁଣ ସରକାର ଶୁଣ

ଛାଡ କୃଷକ ମାରଣ

ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ସମୃଦ୍ଧ କରିଣ

ବନ୍ଦ କରାଅ ଶୋଷଣ।।


Rate this content
Log in

Similar oriya poem from Tragedy