STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଶୋଇଯାଆ ମାମା

ଶୋଇଯାଆ ମାମା

1 min
251


ଦେଉଛି ଆଉଁସି ଶୋଇଯାଆ ମାମା

ଆ ଲୋ ନିଦ ମାଉସୀ

ମୋ ମାମା ଆଖିର କଅଁଳ ପତାରେ

ହୋଇଯାଇ ତୁ ଲେସି ।


ସୁନା ଝିଅ ଆମ କରେନି ଅଝଟ

ମାଆ କଥା ଭାରି ମାନେ

ବୁଝାଇ ଦେଲେ ସେ ବୁଝି ଥାଏ ସବୁ

ମାମା ପରି ନାହିଁ ଜଣେ ।


ମାମାର ପାଖରେ ତା ଖେଳ କଣ୍ଢେଇ

ପଡିଲେଣି ସବୁ ଶୋଇ

ମାମା ବି ଶୋଇବ ଏଇ ସଙ୍ଗେ ସଙ୍ଗେ

ତା ଆଖିକୁ ମୁଦି ଦେଇ ।


ସୁନାନାକୀ ମାମା ଭାରି ସୁକୁମାରୀ

ସମସ୍ତେ କରନ୍ତି ଗେଲ

ସରାଗରେ ବାପା କାଖେଇ ମାମାକୁ

କରନ୍ତି ତାହାକୁ କୋଳ ।


କାନ୍ଧରେ ବସାଇ ଦେଖାନ୍ତି ମାମାକୁ

ଆକାଶର ଜହ୍ନ ତାରା

ଅଲିଅଳୀ ଝିଅ ଆମ ଝିଅ ମାମା

ଫୁଲକଳିଟିଏ ପରା ।


ନିଦ ମାଉସୀ ଲୋ ବସିଥା ଜଗିକି

ଆଖିକୁ ଦେଏ ମୁଦେଇ

ଶୋଇଲାଣି ମାମା ନିଘୋଡ଼ ନିଦରେ

ମାଆ ବି ପଡିବ ଶୋଇ ।


  -----



Rate this content
Log in

Similar oriya poem from Inspirational