ଶୋଇଯାଅ ବୀର
ଶୋଇଯାଅ ବୀର
ଶୋଇଯାଅ ବୀର,ଶୋଇଯାଅ !
ଶୋଇଯାଅ ତୁମ ତୁଳି ତଳ୍ପ ତେଜି
ଶର ଶଯ୍ୟା ସଜାଇଛି ବୀର ।
ଭଲପାଅ ବୋଲି - ମୁହିଁ ତୁମ,
ପ୍ରିୟ ଧନୁର୍ଦ୍ଧର,ବାସବ କୁମର
ଭଲ ପାଅ, ଭଲପାଅ ବୋଲି
ରଣାଙ୍ଗନେ ଶେଯ କରିଲା ତୟାର ।।
ଟାଣି ଗାଣ୍ଡିବ ଟଙ୍କାର
ତୋଳି ଶତ ସହସ୍ରର ଶର,
ମାତୃଭୂମି ମୃତ୍ତିକା ଚାଦର ।
ହସ୍ତିନା ଭୁବନ !
ଯାହା ଥିଲା ମା' ଠୁଁ ମହାନ
ତାର ରକ୍ଷା ପାଇଁ ଶୋଇଗଲେ
ତାକୋଳରେ ଦେଇଣ ରୁଧିର ।।
ଧନ୍ୟ ତୁମ ବଜ୍ର ଶପଥ,
ଧନ୍ୟ ତୁମେବୀର
ପିତା ଶାନ୍ତନୁ ; ମାତା ସତ୍ୟବତୀ
ବିବାହର ପଥ କଲ ପରିଷ୍କାର ।
ହେ ଗଙ୍ଗା ନନ୍ଦନ , ଭୀଷ୍ମ ପିତା ମହ !
ଧନ୍ୟ ତୁମ ମାତୃଭୂମି ସୁରକ୍ଷା ବିଚାର ।।
କିନ୍ତୁ ହେଲା କ'ଣ ?
ପ୍ରତିଜ୍ଞା ନୋହିଲା ସାକାର
ଅକାରଣେ ଅନ୍ୟାୟ, ଅନୀତିର.....
ହୋଇ ସହଚର, ସବୁ ଜାଣି,ଶୁଣି
ମାନି ଦୁର୍ଯୋଧନ - ଅହଂକାର
ହେଲ ନୀରବ , ନିର୍ବିକାର ? ।।
ଆଖି ଆଗେ ମାତୃଭୂମି ପରିଜନ.....
କରିଲା ସଂହାର
କିଲାଭ ପାଇଲ, କିଲାଭ ପାଇଲ ?
ପିତାଙ୍କୁ ଦେଇଥିଲ ଯେଉଁ ଗିର ? ।
ଆହେ ଦେବବ୍ରତ ପ୍ରତିଜ୍ଞା ରକ୍ଷା......
ନୋହିଲା ତୁମର !
ଶୋଇଯାଅ , ଶୋଇଯାଅ ବୀର !
କେତେଦିନ ଦେଖିବ ଅତ୍ୟାଚାର
ଶୁଣିବ ଆତ୍ମୀୟ,ସ୍ଵଜନ ଚିତ୍କାର ? ।।
ଇଚ୍ଛା ମୃତ୍ୟୁ ତ୍ୟାଗୀ ; ଚିରନିଦ୍ରା ନିଅନ୍ତୁ ଏଥର
ଶର ଶଯ୍ୟା କରି ପରିହାର ।
ଶାନ୍ତିର ସେ ଅଫେରନ୍ତା ପଥ
ଯାହା ନିତ୍ୟ,ସତ୍ୟ ଚିରନ୍ତନ,ଶାନ୍ତି,ମୁକ୍ତି -
ଜୀବନର ଅଟେ ଶ୍ରେୟସ୍କର ।।