STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଶଙ୍କରାଚାର୍ଯ୍ୟ

ଶଙ୍କରାଚାର୍ଯ୍ୟ

1 min
155


ବେଦାନ୍ତର ମୁଖ୍ୟ ପ୍ରବକ୍ତା, ଦାର୍ଶନିକ

ଧର୍ମଗୁରୁ ଓ ସମାଜ ସଂସ୍କାରକ,

ଶଙ୍କର ଭଗବତ୍ ଓ ଆଦି ଶଙ୍କର

ନାମେ ମଧ୍ୟେ ପରିଚିତ,

ବିଶ୍ବ ଦାର୍ଶନିକ ସ୍ଵୀକୃତି ପ୍ରାପ୍ତ

ଦଶନାମୀ ସନ୍ୟାସୀ ସମ୍ପ୍ରଦାୟକୁ,

କରିଥିଲେ ପ୍ରତିଷ୍ଠା ତ।


କେରଳର କାଲାଡି ଗ୍ରାମେ ସାତଶହ

ଅଠାଅଶି ଖ୍ରୀଷ୍ଟାବ୍ଦେ ଜନ୍ମ,

ଭାରତ ଭ୍ରମଣ କରିଣ ଶଙ୍କର

ଚାରିଦିଗେ ମଠ ସ୍ଥାପନ,

ଅଦୈତ ମତବାଦ ପ୍ରଚାର ପ୍ରସାର

ମୁଖ୍ୟ ଭୂମିକା ଗ୍ରହଣ,

ପିତା ଶିବଗୁରୁ ମାତା ସୁଭଦ୍ରା

ଷୋହଳ ବୟସେ ପରମ ହଂସତ୍ୱ,

ପ୍ରାପ୍ତି ଶଙ୍କର ପୁଣ।


ପଶ୍ଚିମେ ଦ୍ୱାରିକାସ୍ଥିତ ଶାରଦା ମଠରେ

ହସ୍ତାମଳକାଚାର୍ଯ୍ୟ ପିଠାଧୀଶ,

ଉତ୍ତରରେ ବଦ୍ରିକା ଜ୍ୟୋତି ମଠରେ

କ୍ରୋଟକାଚାର୍ଯ୍ୟଙ୍କ ବାସ,

ଗୋବର୍ଦ୍ଧନ ପୀଠେ ପଦ୍ମପାଦାଚାର୍ଯ୍ୟ

ଦକ୍ଷିଣେ ମାଦ୍ରାଜ ଋଶ୍ୟ ଶୃଙ୍ଗାଶ୍ରମ,

ମଣ୍ଡନ ମିଶ୍ର ମଠାଧୀଶ।


ଶଙ୍କରାଚାର୍ଯ୍ୟ ବେଦାନ୍ତଭାଷ୍ୟ, ଭାଗବତ୍ ଗୀତା

ମୋହମୁଦ୍ଗର ଗ୍ରନ୍ଥ,

ସର୍ବାଦୃତ ଜ୍ୟୋତିଷ ଶାସ୍ତ୍ର ଅସାଧାରଣ

ଶଙ୍କରାଚାର୍ଯ୍ୟ ବିରଚିତ,

ସର୍ବସାଧାରଣଙ୍କ ନିମିତ୍ତ

ଶୈବଧର୍ମ ପ୍ରଚାର କରିଥିଲେ ସେ

କିମ୍ବଦନ୍ତୀରେ ବର୍ଣ୍ଣିତ।


ରାମେଶ୍ୱର, ପୁରୀ, ବଦ୍ରି ଓ ଦ୍ୱାରିକା

ପବିତ୍ର ଯେ ଚାରିଧାମ,

ରାମେଶ୍ୱରରେ ସ୍ନାନ ଶ୍ରିକ୍ଷେତ୍ରେ ଭୋଜନ

ବଦ୍ରିନାଥରେ ଶୟନ,

ପ୍ରଭୁଙ୍କର ପ୍ରିୟ ପୁଣ

ପୂର୍ବେ ପୁରୀରେ ଭାରତୀ ଓ ସରସ୍ୱତୀ,

ସନ୍ୟାସୀ ଅଟନ୍ତି ଜାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational