ଶ୍ମଶାନ
ଶ୍ମଶାନ
ଶ୍ମଶାନ ନୁହଁ ସେ ଶିବଙ୍କ ଆସ୍ଥାନ
ସଭିଏଁ ପାଉଁଶ ସେଠି,
ଯେତେ ଧନୀ ଠାରୁ ଗରିବ ଯାଏଁ
ହୁଅନ୍ତି ସବୁ ଏକାଠି l
ଆସିଛନ୍ତି ଏକା ଗଲାବେଳେ ଏକା
ନ ଯିବେ କେହି ସାଙ୍ଗରେ,
ଏ ମାୟା ସଂସାରେ କିଛି ନେବା ନାହିଁ
ଧର୍ମ ଏକା ରହେ ସାକ୍ଷୀରେ l
ସଭିଏଁ ପାଉଁଶ ହେବାରେ ସେଇଠି
ଏ ତନୁ ରହିବ ନାହିଁ,
ମରିବା ନିଶ୍ଚୟ କେହି ରହିବେନି
ଅଭିନୟ ସାରିଦେଇ l
ବିଦ୍ୟାଳୟ ଖୋଲା ପାଠ ପଢ଼ିବାକୁ
ମନ୍ଦିର ଯେ ପୂଜା ପାଇଁ,
ଶ୍ମଶାନ ସେପରି ସ୍ଥାପିତ ହୋଇଛି
ମଢ଼କୁ ପୋଡିବା ପାଇଁ l
ଯେତେଦିନ ଆମେ ଧରାରେ ରହିବ
ପରହିତେ ଜୀବନ ଦେବା,
ଶ୍ମଶାନକୁ ଯାଇ ପାଉଁଶ ହୋଇଲେ
ବୈକୁଣ୍ଠପୁରକୁ ଯିବା l
ଜନମ ମରଣ ଅନ୍ୟଥା ନୁହଁଇ
ଏ ସବୁ ବିଧିର ବିଧାନ
ପର ସେବା କରି ସଭିଏଁ ମରିଲେ
ଧନ୍ୟ ହୋଇବ ଜୀବନ l
